ପାଟଣାଗଡ଼ ବିଧାୟକ ଗଲେ ଜେଲ

ସହକାରୀ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ପଡିଲା ଭାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାସ୍ତା କାମ ନିମ୍ନମାନର ହୋଇଥିବା ଯୋଗୁ ସହକାରୀ ଯନ୍ତ୍ରୀଙ୍କୁ ରାସ୍ତା ମଝିରେ ଉଠ୍‌ବସ୍‌ କରାଇବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଭାରି ପଡ଼ିଛି । ଏହି ଘଟଣାରେ ଗତକାଲି ବଲାଙ୍ଗିର ପୋଲିସ ସରୋଜଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି । ଆଜି ସକାଳେ ପୋଲିସ ତାଙ୍କୁ ନୂଆପଡ଼ାରୁ ବଲାଙ୍ଗିର ଆଣି ବଲାଙ୍ଗିର ନିକଟସ୍ଥ ମନୋହରପୁର ପୋଲିସ ବାରାକରେ ରଖି ଜେରା କରିଥିଲା । ଏସ୍‌ପି ଏସ. ଶିବା ସୁବ୍ରମଣି ସରୋଜଙ୍କୁ ଜେରା କରିଥିବା ବେଳେ ସେଠାରେ ସହକାରୀ ଯନ୍ତ୍ରୀ ଶବର ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ସହକାରୀ ଯନ୍ତ୍ରୀ ଶବରଙ୍କୁ ବିଧାୟକ ରାସ୍ତା ମଝିରେ ଉଠ୍‌ବସ୍‌ କରିଥିବା ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏ ନେଇ ସହକାରୀ ଯନ୍ତ୍ରୀଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ । ବିଧାୟକ ତାଙ୍କ ସ୍ବାମୀଙ୍କୁ ଉଠ୍‌ବସ୍‌ କରାଇବା ସହିତ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିବା ତଙ୍କ ସ୍ତ୍ରୀ ଦର୍ଶାଇଥିଲେ । ତାଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ବିଭିନ୍ନ ଆଡୁ ଚାପ ପଡ଼ିବା ପରେ ପୋଲିସ ଆଜି ସରୋଜଙ୍କୁ ଗିରଫ କରିଛି।

Leave A Reply

Your email address will not be published.