ପିକେଟିଂ ଧମକ ଭାରିପଡ଼ିଲା କଳିଂଗସେନା କୁ

0

(ଓଡିଶା ଫାଷ୍ଟ) ଜିତେନ୍ଦ୍ର ମହାନ୍ତି: ପ୍ରେମଦିବସ ରେ କଳିଂଗସେନା ପ୍ରେମୀଯୁଗଳ ଙ୍କୁ ସବକ ଦେବାକୁ ନିଷ୍ପତ୍ତି ନେଇଥିଲା । ଭୁବନେଶ୍ୱରରେ ଥିବା ସମସ୍ତ ପାର୍କ,ମଲ ଓ ଲଭର୍ସ ପଏଣ୍ଟ କୁ ଟାର୍ଗେଟ କରିଥିଲେ। ନୟାପଲ୍ଲୀ ସ୍ଥିତ ଅଫିସରୁ ପିକେଟିଂ ପାଇଁ ବାହାରିବା ସମୟରେ ୩୦ ରୁ ଉର୍ଦ୍ଧ କର୍ମୀମାନଙ୍କୁ ପୋଲିସ ଚତୁରତାର ସହ ପହଂଚି ଗିରଫ କରି ଅଟକ ରଖିଛି। ଏ ଖବର ପ୍ରସାର ହେବାମାତ୍ରେ ପ୍ରେମୀଯୁଗଳ ମାନଙ୍କ ମଧ୍ୟରେ ଉର୍ଲ୍ଲାସ ଖେଳିଯାଇଛି। ଅପରପକ୍ଷରେ ସମସ୍ତ ପାର୍କ ମଲ ଓ ଲଭର୍ସ ପଏଣ୍ଟ କୁ ଜଗିରହିଛି ପୋଲିସ।

Sikshaya
Leave A Reply

Your email address will not be published.