ଏନକାଉଣ୍ଟର କରିଥିବା ପୋଲିସଙ୍କ ଉପରେ ଫୁଲ ବର୍ଷାଉଛନ୍ତି ଲୋକେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟର କରିଛି । ତେବେ ଏହି ଘଟଣା ପରେ ପୋଲିସର ଏନକାଉଣ୍ଟର ପରେ ହଇଦ୍ରାବାଦର ଲୋକମାନେ ଖୁସୀ ଅଛନ୍ତି । ସେଠାକାର ବହୁ ମହିଳା ପୁଲିସକର୍ମୀଙ୍କୁ ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି । ଯେଉଁ ସ୍ଥାନରେ ପୋଲିସ ଏନକାଉଣ୍ଟର କରିଛି ସେହି ସ୍ଥାନରେ ଲୋକଙ୍କ ଭିଡ ସୃଷ୍ଟି ହେବାରେ ଲାଗିଲାଣି । କେବଳ ସେତିକି ନୁହେଁ ଲୋକମାନେ ପୋଲିସ କର୍ମୀଙ୍କୁ ଧରି ଏକ ପ୍ରକାର ଉତ୍ସବ ପାଳନ କରୁଛନ୍ତି ।

ଯେଉଁ ସ୍ଥାନରେ ୪ ବଳାତ୍କାରୀଙ୍କୁ ଏନକାଉଣ୍ଟର ହୋଇଛି ସେହି ସ୍ଥାନରେ ପୋଲିସ ଅଫିସରମାନେ ପହଞ୍ଚିଛନ୍ତି । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ହାଇଦ୍ରାବାଦ ପୋଲିସ ଅଫିସରଙ୍କ ଉପରେ ଫୁଲ ବର୍ଷା କରିଛନ୍ତି । ବାଣ ଫୁଟାଇ ଘଟଣାସ୍ଥଳରେ ଉତ୍ସବ ପାଳନ କରୁଛନ୍ତି । ଜାମ୍ମୁ କାଶ୍ମୀରର ପୂର୍ବତନ ଡିଜିପି ଏସପି ବୈଦ୍ୟ ମଧ୍ୟ ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ପ୍ରଶଂସା କରିଛନ୍ତି । ତେବେ ଦେଖିବାକୁ ଗଲେ ଏହି ଘଟଣା ପରେ ଯେଉଁ ପୁଲିସ କର୍ମୀଙ୍କ ପାରିବା ପଣିଆ ଉପରେ ଲୋକମାନେ ପ୍ରଶ୍ନ ଉଠାଇଥିଲେ ଆଜି ସେହି ଲୋକମାନେ ପୋଲିସର ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.