ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନ ପେଶାୱାର କୋର୍ଟ ।   ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ । ଦେଶଦ୍ରୋହ, ଦେଶ ବିରୋଧରେ ଷଡ଼ଯନ୍ତ୍ର ମାମଲାରେ ଆଜି ପରଭେଜ ମୁସାରଫଙ୍କ ନାଁରେ ଶୁଣାଣୀ ହୋଇଛି । ପାକିସ୍ତାନ ଲାହୋରସ୍ଥିତ ପେଶାୱାର କୋର୍ଟ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ପାଞ୍ଚଜଣିଆ ପୀଠ ଏହି ଆଦେଶ ଶୁଣାଇଛନ୍ତି । 5 ଜଣିଆ ଖଣ୍ଡପୀଠରୁ 3 ଜଣଙ୍କ ଶୁଣାଣୀ ମୁସାରଫଙ୍କ ବିପକ୍ଷରେ ରହିଛି । ସମସ୍ତ ରେକର୍ଡ଼, ତଥ୍ୟ ପ୍ରମାଣକୁ ଭିତ୍ତି କରି ମୁସାରଫଙ୍କୁ ପାକିସ୍ତାନ ସମ୍ବିଧାନ ୬ ଅନୁସାରେ ଦେଶଦ୍ରୋହ ପ୍ରମାଣିତ କରାଯାଇଛି ।

2007 ନଭେମ୍ବର 3 ର ଘଟଣାକୁ ନେଇ ମାମଲା ରୁଜ୍ଜୁ ହୋଇଥିଲା । 2007  ମସିହାରେ ମୁସାରଫ ଦେଶରେ ଜରୁରିକାଳୀନ ସ୍ଥିତି ଜାରି କରି ବିଚାରପତିମାନପଙ୍କୁ ଗୃହବନ୍ଦୀ ରଖିଥିଲେ । ଏହି ମାମଲାରେ ଆଜି ପାକିସ୍ତାନର ପେଶାୱାର କୋର୍ଟ ତାଙ୍କୁ ଫାଶୀଦଣ୍ଡ ଦେଇଛନ୍ତି । ଏବେ ପାକିସ୍ତାନ ଛାଡ଼ି ବିଦେଶ ଅଥବା ଦୁବାଇରେ ରହୁଛନ୍ତି ମୁସାରଫ । 2001 ରୁ 2008 ମସିହା ଯାଏଁ ପରଭେଜ ମୁସାରଫ ପାକିସ୍ତାନର ରାଷ୍ଟ୍ରପତି ରହିଥିଲେ ।

Leave A Reply

Your email address will not be published.