ନବୀନ ନିବାସରୁ ଆସିଲା ଫୋନ, ପଢନ୍ତୁ କେଉଁମାନେ ହେବେ ମନ୍ତ୍ରୀ, ସୂର୍ଯ୍ୟ ପାତ୍ର ହେବେ ବାଚସ୍ପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ପରେ ଆସନ୍ତା କାଲି ଶପଥ ନେବାକୁ ଥିବା ମନ୍ତ୍ରୀ ମାନଙ୍କୁ ନବୀନ ନିବସରୁ ଫୋନକଲ ଯାଇଛି । ଆସନ୍ତା କାଲି ସକାଳ ୧୦.୩୦ରେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ନବୀନ ସରକାରଙ୍କ ଐତିହାସିକ ୫ମ ଥର ଶପଥ ଗ୍ରହଣ ଉତ୍ସବରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଯୋଗଦାନ କରିବେ ବୋଲି ସୂଚନା ମିଳିଛି ।

ଯାଜପୁର ଜିଲ୍ଲାର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ହେବେ ଶାସକ ଦଳର ମୁଖ୍ୟ ସଚେତକ ଓ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ର ହେବେ ବାଚସ୍ପତି ।

ମନ୍ତ୍ରୀପଦ ପାଇଁ ନବୀନ ନିବସରୁ ଯାଇଥିବା ଫୋନକଲ ବିଧାୟକମାନେ ହେଲେ:

* ୧. ଟିଟିଲାଗଡ଼ – ଟୁକୁନି ସାହୁ
* ୨. ଏକାମ୍ର – ଅଶୋକ ଚନ୍ଦ୍ର ପଣ୍ଡା
* ୩. ବରଗଡ଼ ଜିଲ୍ଲା(ଭଟଲି)- ସୁଶାନ୍ତ ସିଂ
* ୪. ପୁରୀ ଜିଲ୍ଲା(ନିମାପଡା)- ସମୀର ଦାଶ
* ୫. ମହାଙ୍ଗା – ପ୍ରତାପ ଜେନା
* ୬. ଝାରସୁଗୁଡା – ନବ ଦାସ
* ୭. ବିରମହରାଜପୁର – ପଦ୍ମନାଭ ବେହେରା
* ୮. ଭଞ୍ଜନଗର – ବିକ୍ରମ ଆରୁଖ
* ୯. ଜୁନାଗଡ଼ – ଦିବ୍ୟଶଙ୍କର ମିଶ୍ର
* ୧୦. ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ
* ୧୧. ବିଷମ କଟକ – ଜଗନ୍ନାଥ ସାରକା
* ୧୨. ସିମୁଳିଆ – ଜ୍ୟୋତିପ୍ରକାଶ ପାଣିଗ୍ରାହୀ
* ୧୩. ସୋନପୁର – ନିରଞ୍ଜନ ପୂଜାରୀ
* ୧୪. ବାଲିକୁଦା ଏରସମା – ରଘୁନନ୍ଦନ ଦାସ
* ୧୫. କୋଟପାଡ଼(ସଂ) – ପଦ୍ମିନୀ ଦିଆନ
* ୧୬. କାମାକ୍ଷାନଗର – ପ୍ରଫୁଲ୍ଲ ମଲିକ
* ୧୭. କାକଟପୁର – ତୁଷାରକାନ୍ତି ବେହେରା
* ୧୮. ବାଙ୍ଗିରିପୋଷି(ସଂ) – ସୁଦାମ ମରାଣ୍ଡି

Leave A Reply

Your email address will not be published.