ଫୋନ ଯାଉଛି ତୃତୀୟ ମହଲା ରୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କର୍ଣ୍ଣାଟକ ନିର୍ବାଚନ ପରେ ତୃତୀୟ ମହଲା ରୁ ଯାଉଥିଲା ଘନ ଘନ ଫୋନ ବିଧାୟକ, ଏମପି ଓ ପର୍ଯ୍ୟବେକ୍ଷକ ଙ୍କ ପାଖକୁ। ୱାର୍ଡ କମିଟି ଗଠନ ହେଲା କି ନାହିଁ? ଆମ ଗାଁ ଆମ ବିକାଶ ଠିକ ସେ ଚାଲିଛି ନା ନାହଁ? ବିଜୁ ଯୁବ ବାହିନୀ ରେ ଅଧିକରୁ ଅଧିକ ଯୁବକଙ୍କୁ ସାମିଲ କର । ସବୁ ଅର୍ଥ ସଠିକ ବାଟରେ ଖର୍ଚ୍ଚ ହେଉଚିତ? ୱାର୍ଡ କମିଟ ଗଠନ ହେଇନି? କ’ଣ ପାଇଁ ହେଇନି? ଯଦି ହେଇନି କଇଫତ ଦିଅ? ଓ ଲୋକଙ୍କ ପାଖକୁ ଯାଅ ଲୋକଙ୍କ ସୁବିଧା ଅସୁବିଧା ବୁଝ । ନିଜ ଏରିଆ ରେ ବୁଲ ଭୁବନେଶ୍ୱରରେ ବସିଲେ ହେବନାହିଁ । ଏହିପରି କିଛି ଶବ୍ଦ ବିଧାୟକ, ଏମପି ଓ ପର୍ଯ୍ୟବେକ୍ଷକ ମାନେ ଶୁଣୁଛନ୍ତି। ସାର ସାର କହି ପାଟି ଖନୀ ମାରିଯାଉଛି।

ହଁ ଆଜ୍ଞା, ହଁ ଆଜ୍ଞା କହି ସେମାନେ ଫୋନ ରଖୁଥିଲେ। ମଙ୍ଗଳବାର ସକାଳୁ ଏହିଭଳି ଆରମ୍ଭ ହୋଇଥିଲା ଗୋଟେ ପରେ ଗୋଟେ ତାଗିଦ ଫୋନ କଲ । ମଙ୍ଗଳବାର ସକାଳ ୯ଟା ସୁଦ୍ଧା କର୍ଣ୍ଣାଟକ ନିର୍ବାଚନର ଫଳାଫଳ ରେ ପଦ୍ମ କଁଅଳୁ ଥବା ଦେଖି ତୃତୀୟ ମହଲାର ଦୁଇଜଣ ବିଶିଷ୍ଟ ବା ଦଳର ମଙ୍ଗୁଆଳ କୁହାଯାଉଥିବା ବ୍ୟକ୍ତି ବିଜେଡ଼ି ବିଧାୟକ,ଏମପି ଓ ପର୍ଯ୍ୟବେକ୍ଷକ ମାନଙ୍କୁ ଏପ୍ରକାର ଫୋନ କଲ କରୁଥିଲେ। ଅବଶ୍ୟ ସନ୍ଧ୍ୟା ସୁଦ୍ଧା କର୍ଣ୍ଣାଟକ ର ଚିତ୍ର କିଛି ଅଲଗା ଥିଲା। ମାତ୍ର ଫୋନ କଲ ବନ୍ଦ ହୋଇନଥିଲା । ଏଭଳି ଫୋନ କଲ ପାଇ ବିଧାୟକ ଓ ଏମପି ମାନେ ଛାନିଆ ହୋଇପଡ଼ିଛନ୍ତି । ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ କର୍ଣ୍ଣାଟକ ନିର୍ବାଚନ ରେ ବିଜେଡି ଏକ ପ୍ରକାର ଭୟଭୀତ ହୋଇଛି କିନ୍ତୁ ଉପରେ ମୁହଁ ଟାଣ ଦେଖାଇହେଉଛି ।

Leave A Reply

Your email address will not be published.