ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଖଣ୍ଡଗିରିରେ ଥିବା ଏକ ଘରୋଇ ହସ୍ପିଟାଲରେ ୪୮ଘଣ୍ଟାର ଅବଜରଭେସନରେ ଅଛନ୍ତି ଶ୍ରୀ ମହାରଥୀ । ଆଗାମୀ ୨ଘଣ୍ଟା ତାଙ୍କପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଶ୍ରୀ ମହାରଥୀ କୋଭିଡ-୧୯ ସଂକ୍ରମିତ ହେବାପରେ ଗତକାଲି ତାଙ୍କୁ ଖଣ୍ଡଗିରିରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ୪୮ଘଣ୍ଟାର ଅବଜରଭେସନରେ ରଖାଯାଇଛି । ଶ୍ରୀ ମହାରଥୀ ପୂର୍ବରୁ ଅନେକ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ପ୍ରଭାବିତ ହୋଇଛି । ଏହା ପୂର୍ବରୁ ପୁରୀ ଜିଲ୍ଲାର ବିଜେଡି ନେତା ସଞ୍ଜୟ ଦାସବର୍ମା, ମନ୍ତ୍ରୀ ସମୀର ଦାଶ ଓ ତୁଷାରକାନ୍ତି ବେହେରା ଏବଂ ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନା ସଂକ୍ରମିତ ହୋଇଛନ୍ତି ।

Sikhsya
Barta

Leave A Reply

Your email address will not be published.