ମହାରଥୀଙ୍କୁ ଚିରଦିନ ପାଇଁ ହରାଇଲା ବିଜେଡ଼ି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ । ଆଜି ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସ୍ବର୍ଗତ ମହାରଥୀ ଖଣ୍ଡଗିରିରେ ଥିବା ଏକ ଘରୋଇ ହସ୍ପିଟାଲରେ ୪୮ଘଣ୍ଟାର ଅବଜରଭେସନରେ ରହିଥିଲେ । ଶ୍ରୀ ମହାରଥୀଙ୍କ ବିୟୋଗରେ ଜଣେ ତୁଙ୍ଗ ନେତାଙ୍କୁ ହରାଇ ସମଗ୍ର ଓଡ଼ିଶା ଆଜି ମର୍ମାହତ ।

ସୂଚନା ଅନୁଯାୟୀ, ଶ୍ରୀ ମହାରଥୀ ସେପ୍ଟେମ୍ବର ୧୪ ତାରିଖରେ ମହାରଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଥିଲା । କୋଭିଡ-୧୯ ସଂକ୍ରମିତ ହେବାପରେ ଗତକାଲି ତାଙ୍କୁ ଖଣ୍ଡଗିରିରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ୪୮ଘଣ୍ଟାର ଅବଜରଭେସନରେ ରଖାଯାଇଛି । ଶ୍ରୀ ମହାରଥୀ ପୂର୍ବରୁ ଅନେକ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ପ୍ରଭାବିତ ହୋଇଥିଲା ।

ସ୍ବର୍ଗତ ମହାରଥୀଙ୍କ ରାଜନୈତିକ କ୍ୟାରିଅରରେ ଅନେକ ଜୁଆର ଓ ଭଟ୍ଟା ଦେଖିବାକୁ ମିଳିଥିଲା । ସେ ନିଜ କଥନ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିଲେ । ମନ୍ତ୍ରୀ ଥିବା ସମୟରେ ସେ ଅନେକ ବଦବିବାଦ ସହ ଜଡିତ ଥିଲେ । ଏହା ସତ୍ତ୍ୱେ ସେ ପୁରୀ ଜିଲ୍ଲାର ଜଣେ ଲୋକପ୍ରିୟ ନେତା ଥିଲେ । ତାଙ୍କର ବିୟୋଗ ବିଜେଡ଼ି ପାଇଁ ଏକ ଅପୁରଣୀୟ କ୍ଷତି ହୋଇ ରହିବ ।

ଶ୍ରୀ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବଂୟ ଶାସିତ (SCS) ମହାବିଦ୍ୟାଳୟରୁ ସେ ଛାତ୍ର ନେତା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ୧୯୮୫ ମସିହାରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ ସେତେବେଳେ ଜନତା ପାର୍ଟିର ସଦସ୍ୟ ଥିଲେ । ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟ୍ ରେ ବିଧାୟକ ହୋଇଥିଲେ । ୧୯୯୫ରେ ସେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କ ଠାରୁ ପରାଜିତ ହୋଇଥିଲେ । ତାପରଠୁ ଲଗାତାର ଭାବେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଜୟୀ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ରେ ବିଭିନ୍ନ ସମୟରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ମଧ୍ୟ ମହାରଥୀ ଦାୟିତ୍ବ ତୁଲାଇଛନ୍ତି । ପ୍ରାଥମିକ ଭାବେ ବିଜେଡିର ବିଧାନସଭାରେ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିଲେ ।

Leave A Reply

Your email address will not be published.