ପ୍ରଥମ ଥର ଏକାଠି ଆସିବେ ଇଶାନ-ମୃଣାଳ; ଦେଖନ୍ତୁ ଟିଜର…

0

ସ୍ୱାଧୀନତା ଦିବସ ଅବସରରେ ଅଭିନେତା ଇଶାନ ଖଟ୍ଟର ଏବଂ ମୃଣାଳ ଠାକୁରଙ୍କ ଚଳଚ୍ଚିତ୍ର ‘ପିପ୍ପା’ର ଟିଜର ରିଲିଜ ହୋଇଛି।

ଏହି ଟିଜରକୁ ଚଳଚ୍ଚିତ୍ରର ମୁଖ୍ୟ କଳାକାର ମୃଣାଳ ଠାକୁର ଏବଂ ଇଶାନ ଖଟ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ୧ ମିନିଟ୍ ୭ ସେକେଣ୍ଡର ଏହି ଭିଡିଓରେ, ୧୯୭୧ ଯୁଦ୍ଧର ଝଲକ ଦେଖିବାକୁ ମିଳୁଛି । ଭିଡିଓରେ ପୂରା ଦେଶ ରେଡିଓରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଥା ଶୁଣୁଥିବାର ନଜର ଆସିଛନ୍ତି। ଭିଡିଓରେ ପ୍ରଧାନମନ୍ତ୍ରୀ କହୁଛନ୍ତି କି, ‘କିଛି ଘଣ୍ଟା ପୂର୍ବରୁ ପାକିସ୍ତାନ ଭାରତୀୟ ଏୟାରଫିଲ୍ଡରେ ଏୟାର ଷ୍ଟ୍ରାଇକ କରିଛି । ମୁଁ, ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପାକିସ୍ତାନ ସହ ଯୁଦ୍ଧ ଘୋଷଣା କରୁଛି । ଜୟ ହିନ୍ଦ…।

ଏହି ସମୟରେ ଟିଜରରେ ମୃଣାଳ ଠାକୁର ଏବଂ ଇଶାନ ଖଟ୍ଟରଙ୍କ କିଛି ଦୃଶ୍ୟ ଦେଖିବାକୁ ମିଳୁଛି। ଭିଡିଓରେ ଇଶାନ ଯୁଦ୍ଧକ୍ଷେତ୍ରରେ ନଜର ଆସିଛନ୍ତି । ଟିଜରରେ ଅଭିନେତାଙ୍କୁ ଦେଖିଲେ ଲାଗୁଛି ଯେ, ତାଙ୍କ ଭୂମିକା ବହୁତ ଦମଦାର ହେବାକୁ ଯାଉଛି । ଟିଜର ଭିଡିଓ ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଇଶାନ ଖଟ୍ଟରଙ୍କ ଏହି ଚଳଚ୍ଚିତ୍ର ୨ ଡିସେମ୍ବର ୨୦୨୨ ରେ ରିଲିଜ୍‌ ହୋଇପାରେ ।

ଏହି ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ‘ପିପ୍ପା’ ଏକ ଓ୍ବାର ଫିଲ୍ମ । ‘ଏୟାରଲିଫ୍ଟ’ର ନିର୍ମାତା ରାଜା କୃଷ୍ଣ ମେନନଙ୍କ ନିର୍ଦ୍ଦେଶିତ ‘ପିପ୍ପା’ ଚଳଚ୍ଚିତ୍ରରେ ଇଶାନ ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମ ବ୍ରିଗେଡିୟର୍ ବଳରାମ ସିଂ ମେହେତାଙ୍କ ପୁସ୍ତକ ‘ଦି ବର୍ନିଂ ଚାଫିସ୍’ ଉପରେ ଆଧାରିତ । ‘ପିପ୍ପା’ ରବୀନ୍ଦ୍ର ରାନ୍ଧୱା, ତନମୟ ମୋହନ ଏବଂ ରାଜା କୃଷ୍ଣ ମେନନଙ୍କ ଦ୍ୱାରା ଲିଖିତ ।

SOA post below
Leave a comment