ରାଜ୍ୟରେ ପ୍ଲାଜମା ଥେରାପି ସଫଳ : ୬ ଗୁରୁତରଙ୍କ ଭିତରୁ ୪ ସଂକ୍ରମିତ ହେଲେ ଦ୍ରୁତ ଆରୋଗ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହୋଇଛି । ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିବା ବେଳେ ଏମାନଙ୍କ ଭିତରୁ ୪ଜଣ ଦ୍ରୁତ ଆରୋଗ୍ୟ ଲାଭ କରିଛନ୍ତି । ଏମାନଙ୍କୁ ଖୁବ ଶୀଘ୍ର ହସପିଟାଲରୁ ଡିସଚାର୍ଜ କରାଯିବ । ସେମାନଙ୍କୁ ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ନାହିଁ । ଏହି ୪ ଆରୋଗ୍ୟଙ୍କ ଭିତରୁ ୩ଜଣ ସମ୍ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୨ଜଣ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଦେଶରେ କରୋନା ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଆପଣାଇଥିବା ଅଳ୍ପ କିଛି ରାଜ୍ୟ ଭିତରେ ଓଡିଶା ଅନ୍ୟତମ । ପ୍ଲାଜମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଏହାର ନୋଡାଲ ସେଣ୍ଟର ଭାବେ ଏସସିବି ମେଡିକାଲ କାମ କରୁଛି । ଅଧିକରୁ ଅଧିକ କରୋନା ସୁସ୍ଥ ଲୋକ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.