ଗୁରୁବାର ଏହି ଉପାୟରେ ମା’ ଲକ୍ଷ୍ମୀଙ୍କୁ କରନ୍ତୁ ସନ୍ତୁଷ୍ଟ

0

ଧନର ଦେବୀ ମା ଲକ୍ଷ୍ମୀଙ୍କର ଶ୍ରେଷ୍ଟ ବାର କହିଲେ ଗୁରୁବାର ଦିନକୁ ମଣାଯାଏ। ଏହିଦିନ ପ୍ରତିଟି ଘରେ ଘରେ ସ୍ତ୍ରୀ ଲୋକ ମାନେ ଉପବାସ କରିଥାନ୍ତି ଏବଂ ମା ଙ୍କର ଆଶିଷ କାମନା କରିଥାନ୍ତି।ବିଶ୍ୱାସ ରହିଛି ଏହିଦିନ ମା’ ଙ୍କର ପୂଜର୍ଚ୍ଚନା କଲେ ମାତା ପ୍ରସନ୍ନ ହୋଇଥାଏ। ଏହା ମଧ୍ୟ କୁହାଯାଏ ଏହିଦିନ ଯେଉଁ ମାନେ ଅତି ଭକ୍ତି ସହକାରେ ମା’ ଙ୍କର ପୂଜା କରିଥାନ୍ତି ସେମାନଙ୍କ ଘରେ କେତେବେଳ ଅଭାବ ଅନଟନ ଦେଖା ଦେଇନଥାଏ। ଏବେ ଆସନ୍ତୁ ଜାଣିବେ ଆମ ପେଜ୍ ମାଧ୍ୟମରେ ଏହି ଗୁରୁବାର ଦିନ କେଉଁସବୁ ଉପାୟରେ ଏବଂ କଣସବୁ ନୀତି ନିୟମ ମାନି ପୂଜା କଲେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଇପାରିବେ।

ପ୍ରଥମରେ ଆର୍ଥିକ ଅନଟନ ରୁ ମୁକୁଳିବା ପାଇଁ ପ୍ରତି ଗୁରୁବାର ଭଗବାନ ବିଷ୍ଣୁ ଙ୍କର ପୂଜା ଏବଂ ଆରାଧନା କରନ୍ତୁ। ଏହାଦ୍ଵାରା ଆପଣଙ୍କର ଜୀବନରେ ହେଉଥିବା ସମସ୍ତ ସମସ୍ୟା ଦୂରହେବ। ଦ୍ୱିତୀୟରେ ଏହି ଦିନ ସମସ୍ତ ସ୍ତ୍ରୀ ଲୋକ ହଳଦିଆ ବସ୍ତ୍ର ପିନ୍ଧି ମା ଙ୍କର ପୂଜା କରନ୍ତୁ। ଆହୁରି ମଧ୍ୟ ହଳଦିଆ ରଙ୍ଗ ର ଫୁଲ ମା’ ଙ୍କୁ ଅର୍ପଣ କରନ୍ତୁ ଦେଖିବେ ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ଵଦା ଆପଣଙ୍କ ଉପରେ ରହିବ ଏବଂ ଘର ଭିତରେ କେବେବି ଅର୍ଥ ନେଇ କିଛିବି ସମସ୍ୟା ଦେଖା ଦେବନାହିଁ।

ଏହା ପରେ ପ୍ରତି ଗୁରୁବାର ଖାଲି ପାଣିରେ ସ୍ନାନ ନକରି ହଳଦୀ ପାଣିରେ ସ୍ନାନ କରନ୍ତୁ ।ଫୁଣି ଯଦି ଆପଣ ଆପଣଙ୍କ ଘରେ ହଳଦୀ ଗଛ ଲଗାଇ ଛନ୍ତି ତେବେ କିଛି ହଳଦୀ ପାଣି ନେଇ ସେହି ହଲଦି ଗଛ ମୁହଁରେ ଦିଅନ୍ତୁ। ଦେଖିବେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ସବୁବେଳେ ପ୍ରସନ୍ନ ରହିବେ ଏବଂ ଆପଣଙ୍କ ଘର ଧନଧାନ୍ୟ ରେ ପୂରି ଉଠିବ। ଆହୁରି ମଧ୍ୟ କୁହାଯାଇଛି ଧନ ର ଅଭାବ ସବୁଦିନ ପାଇଁ ଦୂର କରିବା ପାଇଁ ପ୍ରତି ଗୁରୁବାର ଉପବାସ କରନ୍ତୁ। ଉପବାସ ମାନେ ଦିନରେ ଗୋଟିଏ ଟାଇମ ଭୋଜନ କରିବେ ତାହା ଫୁଣି ଫଳ କିମ୍ବା ହଳଦିଆ ଜାତୀୟ କିଛି ଖାଦ୍ୟ ହୋଇଥିବା ଦରକାର।

ଗୁରୁବାର ଦିନ ଆପଣ ନିଜର ତୁଳସୀ ଚଉରା ପୂଜା କରିବା ସମୟରେ କିଛି କଞ୍ଚା ଖୀରନେଇ ତୁଳସୀ କୁ ଅର୍ପଣ କରନ୍ତୁ। ସବୁଦିନ ଏପରି କରନ୍ତୁ ଦେଖିବେ ଆପଣଙ୍କ ଘର ସୁଖ ଶାନ୍ତିରେ ଭରିଯିବ।ପରିଶେଷରେ କୁହାଯାଇଛି ବୃହପ୍ସତି ଙ୍କୁ ଶାନ୍ତି କରାଇବା ପାଇଁ ପ୍ରତି ଗୁରୁବାର ଭଗବାନ ଶିବ ଙ୍କ ଉପରେ ପୁଷ୍ପ ଚଢାନ୍ତୁ। ଏସବୁ କରିବା ଦ୍ଵାରା ଆପଣ ଙ୍କ ଘର ଧନ ସମ୍ପତି ରେ ପୁରୀ ଉଠିବ।

SOA post below
Leave a comment