ଟ୍ବିଟରରେ ମୋଦିଙ୍କ ଫିଟ୍‌ନେସ୍‌ ଚ୍ୟଲେଞ୍ଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛି ଦିନ ତଳେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ନିଜର ଏକ ଓ୍ବାକଆଉଟ୍‌ ଭିଡିଓ ଟ୍ବିଟରରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫିଟ୍‌ନେସ ଚ୍ୟାଲେଞ୍ଜ ଦେଇଥିଲେ। ମୋଦି ମଧ୍ୟ ତାଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ତେବେ ସେହି ଭିଡିଓକୁ ଚ୍ୟାଲେଞ୍ଜ କରି ମୋଦି ବୁଧବାର ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସକାଳୁ ଉଠିବା ପରେ କିଛି ବ୍ୟାୟାମ କରୁଥିବା ନଜର ଆସୁଛନ୍ତି। ସେ ବିଭିନ୍ନ ଟ୍ରାକ୍‌ରେ ଚାଲିବା ସହ ବ୍ରିଦିଂ ଏକ୍ସରସାଇଜ୍‌ କରୁଥିବା ଉକ୍ତ ଭିଡ଼ିଓରେ ଦେଖାଯାଉଛି। ଭାରତୀୟମାନେ କିଛି ସମୟ ନିଜ ସ୍ବାସ୍ଥ୍ୟ ପାଇଁ ଦେବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ସେହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତାଙ୍କର ଏହି ଭିଡିଓକୁ ବହୁ ଫଲୋଅର୍ସ ଲାଇକ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଥିବା ଦେଖାଯାଉଛି।

ଏଥିସହ ଏହି ଫିଟ୍‌ନେସ୍‌ ଭିଡିଓ ଟ୍ବିଟରରେ ଛଡାଯିବାର କିଛି ସମୟ ପରେ ମୋଦି ଅନ୍ୟ ଏକ ଟ୍ବିଟ୍‌ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ, ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଓ ଦେଶର ସମସ୍ତ ଆଇପିଏସ୍‌ ଅଫିସରଙ୍କୁ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ ଦେଇଛନ୍ତି।

Leave A Reply

Your email address will not be published.