ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର, ପ୍ରଧାନମନ୍ତ୍ରୀ ହେବି ବୋଲି କେବେ ଭାବି ନ ଥିଲି: ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ସମୟ ଯୋଗୁ ମୋଦିଙ୍କ ବାୟୋପିକ୍‌ ରିଲିଜ୍‌ ରିଲିଜ ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ । ତେବେ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ବଲିଉଡ ତାରକା ଅକ୍ଷୟ କୁମାରଙ୍କୁ ଦେଇଥିବା ଏକ ଇଣ୍ଟରଭ୍ୟୁ ଏବେ ସୋସିଆଲ ମିଡ଼ିଆରେ ଚହଳ ପକାଇଛି । ଏହି ଇଣ୍ଟରଭ୍ୟୁ ଯୋଗେ ମୋଦିଙ୍କ ବିଷୟରେ କେତେକ ଅଜଣା କଥା ନଜରକୁ ଆସିଛି । ଅକ୍ଷୟ କୁମାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ଏବେ ବେଶ ଚର୍ଚ୍ଚାରେ ରହିଛି ।

ମୋଦି ଏହି ଅବସରରେ କହିଛନ୍ତି, ୧୯୬୨ ଯୁଦ୍ଧ ପରେ ସେନାରେ ଯୋଗଦେବାକୁ ଚାହୁଁଥିଲି । ପ୍ରଧାନମନ୍ତ୍ରୀ ହେବି ବୋଲି କେବେ ହେଲେ ଭାବି ନଥିବା ବେଳେ ଦେଶବାସୀ ମୋତେ ପ୍ରଧାନମନ୍ତ୍ରୀ ବନେଇଦେଲେ ବୋଲି ମୋଦି କହିଛନ୍ତି । ଏଥିସହ ବିରୋଧୀ ଦଳ ନେତାମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ବି ତାଙ୍କ ପାଇଁ ବର୍ଷକୁ ଗୋଟିଏ ଦୁଇଟି କୁର୍ତ୍ତା ପଠାଇଥାନ୍ତି । କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ତାଙ୍କର ଭଲ ବନ୍ଧୁ ବୋଲି ମୋଦି କହିଥିଲେ । ଏଥିସହ ମନରେ ରାଗ ଆସିବା ସମ୍ପର୍କରେ ସେ କହିଥିଲେ, ମନରେ ରାଗ ତ ଆସେ ହେଲେ ମୁଁ ତାକୁ ବାହାରକୁ ବାହାର ନ କରି କଣ୍ଟ୍ରୋଲ କରିନିଏ ।

Leave A Reply

Your email address will not be published.