ଅପରାହ୍ନରେ ଓଡିଶା ପହଞ୍ଚିବେ ମୋଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଦ୍ବାରା ବିଧ୍ବସ୍ତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ସ୍ଥିତି ସର୍ବେକ୍ଷଣ କରିବେ। ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ରହିବେ ଏବଂ ଅପରାହ୍ଣରେ ଓଡ଼ିଶା ଗସ୍ତରେ ଯିବେ।

ପୂର୍ବାହ୍ନ ୧୦: ୪୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ କୋଲ୍‌କାତା ବିମାନ ବନ୍ଦରରେ ଅବତରଣ କରିବେ। ୧୦: ୫୦ ମିନିଟ୍‌ରେ ସେଠାରୁ ହେଲିକପ୍ଟର୍ ଯୋଗେ ବସିରହାଟ ଯାଇ ଆକାଶମାର୍ଗରୁ ସ୍ଥିତି ସ‌େର୍ବେକ୍ଷଣ କରିବେ। ୧୧: ୨୦ରେ ପ୍ରଧାନମନ୍ତ୍ରୀ ବସିରହାଟ ଠାରେ ରାଜ୍ୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେବେ।

ସେଠାରୁ ଅପରାହ୍ଣ ୧୨: ୫୦ରେ କୋଲ୍‌କାତା ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଅପରାହ୍ଣ ୧: ୨୦ରେ କୋଲ୍‌କାତା ବିମାନ ବନ୍ଦରରେ ପହଞ୍ଚି ୧: ୩୦ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବେ।

Leave A Reply

Your email address will not be published.