ଆର୍ମି ହସ୍ପିଟାଲରେ ମୋଦି; ଆହତ ଯବାନଙ୍କୁ ଭେଟିଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାଇନା ସହ ତିକ୍ତତା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନ ଲଦାଖ ଗସ୍ତ କରି ଯବାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ନିମୁ କ୍ୟାମ୍ପରୁ ଚାଇନାକୁ ପରୋକ୍ଷରେ ଚେତାବାନୀ ଦେବା ପରେ ମୋଦି ସୀମା ସ୍ଥିତି ସମୀକ୍ଷା କରିଛନ୍ତି। ଏହାପରେ ସେ ଜୁନ୍‌ ୧୫ରେ ଚାଇନା ସହ ଗଲୱାନ ଘାଟି ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଛନ୍ତି।

ଏହି ଆହତ ଯବାନମାନେ ଲେହ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତ। ମୋଦି ଆର୍ମି ହସ୍ପିଟାଲରେ ପହଞ୍ଚି ୱାନଟୁ ୱାନ ସବୁ ଯବାନଙ୍କ ସହ ଆଲୋଚନା କରିଛନ୍ତି। ସେ ଯବାନଙ୍କ ସାହସକୁ ପ୍ରଶଂସା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ହସ୍ପିଟାଲ ପରିଦର୍ଶନ ବେଳେ ମୋଦିଙ୍କ ସହ ସେନା ବାହିନୀର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।

ମୋଦି ହସ୍ପିଟାଲ ମଧ୍ୟରେ ମାଇକର ଫୋନ୍‌ ବ୍ୟବହାର କରି ଆହତ ଯବାନଙ୍କୁ ପ୍ରଶଂସା କରିଛନ୍ତି। ଯବାନମାନେ ଆହତ ଥିଲେ ମଧ୍ୟ ମୋଦିଙ୍କ ପରିଦର୍ଶନ ବେଳେ ସେମାନେ ବେଡ୍‌ ଉପରେ ବସି ରହିଥିଲେ। ମୋଦି ଜଣଙ୍କ ପରେ ଜଣେ ଯବାନଙ୍କ ପାଖକୁ ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

Leave A Reply

Your email address will not be published.