ବାରରୁ ଟେକିନେଲା ପୋଲିସ

0

ଭୁବନେଶ୍ୱରରେ ପାରାଦ୍ୱୀପ ପୋଲିସର ଚଢଉ

ଓଡିଶା ଫାଷ୍ଟ(ବ୍ୟୁରୋ): ଅଧରାତିରେ ଭୁବନେଶ୍ୱରରେ ପାରାଦ୍ୱୀପ ପୋଲିସ ଚଢାଉ କରିଥିଲା । ଲକ୍ଷ୍ମୀସାଗର ଥାନାର କଟକରୋଡରେ ଥିବା ଦୀପାଳୀ ବାରରେ ଚଢଉ କରି ଜଣେ କୁଖ୍ୟାତ ଅପରାଧୀକୁ ଉଠାଇନେଇଛି । ଅପରାଧି ନାଁରେ ଏକାଧିକ ଡକାୟତି, ଗୁଳିକାଣ୍ଡ, ଟେଣ୍ଡର ଫିକ୍ସିଂ ଓ ହତ୍ୟା ଉଦ୍ୟମ ଭଳି ମାମଲା ଥିବାଜଣାପଡିଛି । ଗୁରୁବାର ବିଳମ୍ବିତ ରାତିରେ ପାରାଦ୍ୱୀପ ଅତିରିକ୍ତ ଏସପି ବିଷ୍ଣୁଚରଣ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ଆସି
ଲକ୍ଷ୍ମୀସାଗର ପୋଲିସ ସହାୟତାରେ ଦୀପାଳୀ ବାରଉପରେ ଚଢଉ କରିଥିଲେ ।

ଚଢଉ ବେଳେ ଦୁଇଜଣ ଖସି ଯାଇଥିବା ବେଳେ ଜଣେ ପୋଲିସ ହାତରେ ଧରାପଡିଥିଲା । ସେ ପୋଲିସକୁ ଚକମା ଦେଇ ଖସି ଯିବାକୁ ଚେଷ୍ଠା କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ପରେ ତାକୁ ପୋଲିସକୁ କାବୁ କରି ପାରାଦ୍ୱୀପ ନେଇଯାଇଛି ।

Sikshaya
Leave A Reply

Your email address will not be published.