ମନ୍ଦିର ପୂଜକ ଜେଲ ଗଲେ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ବରର ଲକ୍ଷ୍ମୀସାଗର ଅଂଚଳରେ ଜଣେ ମହିଳାଙ୍କୁ ପାଣିରେ ନିଶାଦେଇ ଦୁଷ୍କର୍ମ କରିବା ପରେ ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ଭାଇରଲ କରିଥିଲେ । ମହିଳାଙ୍କ ଅଭିଯୋଗ ପରେ ପୋଲିସ କେସ ନମ୍ବର
୩୩/୧୮ୟୁ/ଏସ ୨୯୨(ଏ),୩୫୪(ସି),୪୧୭,୪୨୦,୫୦୯ ଆଇପିସି,୬୬/୬୭ଆଇଟି ଆକଟ ଆଧାର ରେ ସଂପୃକ୍ତ ପୂଜକକୁ ଗିରଫ କରିଛି। ଅଭିଯୁକ୍ତ ସରୋଜ ଦାସ ଝାରପଡ଼ା ଅଞ୍ଚଳର ଏକ ମନ୍ଦିର ପୂଜକ।

ଘଟଣା କ୍ରମେ

ଝାରପଡ଼ା ଅଞ୍ଚଳରେ ଏକ ଦମ୍ପତି ଭଡାରେ ରହୁଛନ୍ତି। ତାଙ୍କ ଘର ନିକଟରେ ଥିବା ମନ୍ଦିରରେ ସରୋଜ ପୂଜକ ଭାବେ କାମ କରୁଛନ୍ତି। ମନ୍ଦିର ଯିବା ଆସିବା ସମୟରେ ପିଡିତା ମହିଳାଙ୍କ ସହ ପୂଜକଙ୍କ ସଂପର୍କ ଗଢି ଉଠିଥିଲା। ଏପରି କି ପୂଜକ ତାଙ୍କ ଘରକୁ ଯିବା ଆସିବା କରୁଥିଲେ।
ଇତି ମଧ୍ୟରେ ପିଡିତାଙ୍କର ଜରୁରି ଟଙ୍କା ଦରକାର ପଡିବାରୁ ସେ ପୂଜକଙ୍କୁ ସୁନା ବନ୍ଧକ ରଖିବାକୁ କହିଥିଲେ। ଏଥିପାଇଁ ସେ ତାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ପୂଜକ ତାଙ୍କୁ ପାଣିରେ ନିଶା ଦେଇ ଦୁଷ୍କର୍ମ କରିଥିଲା। ଏହି ଘଟଣାର ସେ ଭିଡ଼ିଓ ସୁଟିଙ୍ଗ କରି ପରେ ବ୍ଲାକମେଲ କରି ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ଭିଡ଼ିଓ ଭାଇରଲ କରିଥିଲେ। ଏହା ଜଣା ପଡିବା ପରେ ପିଡିତା ଥାନାରେ ଏତଲା ଦେଇଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବାପରେ ପୂଜକକୁ ଗିରଫ କରିଛି।

Leave A Reply

Your email address will not be published.