ପିଣ୍ଡଦାନ ବେଳେ ସେଲଫି ଉଠାଇ ଫସିଲେ ପୋଲିସ ବାବୁ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀରେ କିଛି ଦିନ ତଳେ ଜଣେ ପୂର୍ବତନ ସାଂସଦଙ୍କ ବନ୍ଧୁ ଭାଇରାଲ କରିଥିବା ଫୋଟୋ କୁ ନେଇ ଚର୍ଚ୍ଚା ବନ୍ଦ ହୋଇନଥିଲା ବେଳେ ଆଜି ମହାଳୟା ଶ୍ରାଦ୍ଧରେ ପୁରୀର ସମୁଦ୍ର କୁଳ ଥାନା ଏ.ଏସ.ଆଇ ଶ୍ରୀ ମନ୍ଦିର ବାଇଶି ପାହାଚରେ ପିଣ୍ଡ ଦାନ ବେଳର ଫୋଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରି ନିଲମ୍ବନ ହେବା କଥା ଚରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଆଜି ପବିତ୍ର ମହାଳୟା ତିଥିରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରମ୍ପରା ଥିଲା ବେଳେ ପୁରୀ ସମୁଦ୍ର କୁଳ ଥାନା ଏ.ଏସ.ଆଇ ଦିଲିପ ପଣ୍ଡା ମନ୍ଦିର ବାଇଶି ପାହାଚରେ ପିଣ୍ଡ ଦାନର ଫୋଟୋକୁ ନିଜ ଫେସବୁକ ଭଳି ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଥବା ବେଳେ ଏହା ଚରିଆଡ଼େ ଭାଇରାଲ ହୋଇଥିଲା । ଏହା ସବୁ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ପୁରୀ ଏସ.ପି ଡା ସାର୍ଥକ ଷଡଙ୍ଗୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିନ କରିଥିବା କଥା ଜଣା ପଡ଼ିଛି।

Leave A Reply

Your email address will not be published.