ପ୍ରକୃତିଙ୍କ ଘରେ ପୋଲିସ

0

ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ। ପଚରାଉଚରା ପାଇଁ ଖାରବେଳନଗର ଥାନାର ଏକ ଟିମ୍ ପ୍ରକୃତି ମିଶ୍ରଙ୍କ ଭୁବନେଶ୍ୱର ଘରେ ପହଞ୍ଚିଛି। ବାବୁଶାନଙ୍କ ସ୍ତ୍ରୀ, ପ୍ରକୃତିଙ୍କ ଉପରେ ଆଣିଥିବା ଅଭିଯୋଗର ତଦନ୍ତ କରାଯିବ। ବାବୁଶାନଙ୍କୁ ଅତ୍ୟଧିକ ନିଶାସେବନ ଦିଆଯାଉଥିବା ନେଇ ସ୍ତ୍ରୀ ତୃପ୍ତି ଅଭିଯୋଗ ଆଣିଥିଲେ।

ଏପରିକି ଚରସ୍, ଗଂଜେଇ ଓ ମଦ ପିଇବାକୁ ବାଧ୍ୟ କରୁଥିଲେ। ସେହିପରି ବାବୁଶାନଙ୍କୁ ପ୍ରକୃତି ମିଶ୍ର ବ୍ଲାକମେଲିଂ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏ ବାବଦରେ ପୋଲିସ୍ ପ୍ରକୃତିଙ୍କୁ ପଚରାଉଚୁରା କରିଥାଇପାରେ। ଘଣ୍ଟାଏ ସମୟ ଧରି ଜେରା କରିବା ସହ ପୋଲିସ ପ୍ରକୃତି ମିଶ୍ରଙ୍କ ବୟାନ ରେକର୍ଡ କରିଛି। ଏହାପୂର୍ବରୁ ୭ ଜଣଙ୍କୁ ନୋଟିସ୍ କରିବା ସହ ପଚରାଉଚୁରା କରିସାରିଛି।

ତେବେ ଏନେଇ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି ଯେ- ବର୍ତ୍ତମାନ ଏହା ତଦନ୍ତ ପରିସରଭୁକ୍ତ, ମୁଁ ଏନେଇ କହିବାଟା ଠିକ୍ ହେବନି। ମୋର ଆଇନ୍‌ ଉପରେ ବିଶ୍ୱାସ ରହିଛି। ତଦନ୍ତ ଠିକ୍ ବାଟରେ ହେବ। ଆମେ ଏବେ ଚେନ୍ନାଇରୁ ଫେରିଛୁ। ଟିକିଏ ଶାନ୍ତିରେ ରହିବାକୁ ଚାହୁଁଛୁ। ମୁଁ ବାବୁଶାନଙ୍କ ସହ କଥା ହୋଇଛି। ମୁଁ ଚାହେଁ- ବାବୁ ତା ସଂସାରକୁ ଯାଉ, ଖୁସିରେ ରହୁ।

SOA post below
Leave a comment