ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସ୍ୱାଭିମାନ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ିି କରାଯାଉଛି। ମାଲକାନଗିରିରେ ମାଓବାଦୀ ପଛଘୁଂଚା ଦେଇଛନ୍ତି। ଗତ ୬ ମାସ ମଧ୍ୟରେ ୩ଟି ବଡ଼ ଧରଣର ସୁରକ୍ଷା ବ୍ୟବସ୍ଥା ଏହି ଅଂଚଳରେ କରାଯାଇଛି ବୋଲି କହିଛନ୍ତି ପୁଲିସ ଜିଡି ଅଭୟ। ଶନିବାର ମାଲକାନଗିରି ଗସ୍ତରେ ଅଭୟ ଏହା କହିଛନ୍ତି। ସେ କହିଛନ୍ତି, ସରକାର ସ୍ୱାଭିମାନ ଅଂଚଳରେ ଯେଉଁ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି।
ବର୍ତ୍ତମାନ ସ୍ୱାଭିମାନ ଅଂଚଳରେ ୭ଟି ରାସ୍ତା କାମ ଜୋରସୋରରେ ଚାଲିଛି। ଏଥିସହ ସ୍କୁଲ ଗୃହ, ଅଂଗନବାଡି ଗୃହ, ନଳକୂପ ଭଳି କାମ ବର୍ତ୍ତମାନ ଚାଲୁ ରହିଛି। କାରଣ ପୁଲିସର ଉପସ୍ଥିତି ହେଲେ ହିଁ ଏହି କାମକୁ ସହଜରେ ତ୍ୱରାନ୍ଵିତ କରାଯାଇପାରିବ ବୋଲି ସେ କହିଛନ୍ତି। ପୁଲିସ ଡିଜି ଆଜି ସକାଳ ୧୦ଟାରେ ହେଲିକପ୍ଟଟର ଯୋଗେ ସେ ସ୍ୱାଭମାନ ଅଂଚଳର ଡାରଲାବେଡା ଠାରେ ପହଞ୍ଚିଥିଲେ। ସେଠାରେ ନୂତନ ଭାବେ ନିର୍ମିତ ଯଡାମ୍ବ ଥାନାକୁ ଉଦଘାଟନ କରିଥିଲେ। ଏହି ଥାନା ପୂର୍ବରୁ ରହିଥିଲେ ମଧ୍ୟ ନକ୍ସଲ କାରଣରୁ ଏହାକୁ ଚିତ୍ରକୋଣ୍ଡା ଠାରେ କାର୍ଯ୍ୟକାରୀ କରାଯାଉଥିଲା। ତେବେ ଏବେ ଗତ ଡିସେମ୍ବରରେ ହନ୍ତାଳଗୁଡା ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଦାରଲାବେଡା ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା।ଆଜି ଯଡାମ୍ବରେ ପହଞ୍ଚିବା ପରେ ସେଠାରେ ଚାଲିଥିବା ରାସ୍ତା କାମକୁ ଦେଖିଥିଲେ ବୋଲି ଅଭୟ କହିଥିଲେ। ଯଡାମ୍ବକୁ ଆଜି ପର୍ଯ୍ୟନ୍ତ ରାସ୍ତା ନଥିଲା। ପୁଲିସ ଏଠାରେ ଅବସ୍ଥାପିତ ହେବା ପରେ ଯଡାମ୍ବକୁ ଆଜି ପକ୍କା ରାସ୍ତା ତିଆରି ହେଉଛି।
ଏହି ରାସ୍ତାରେ ଗାଡି ଯାଇପାରୁନଥିଲା। ଏହି ଅଂଚଳର ଲୋକେ ଯେପରି ସବୁ ଯୋଜନା ସରକାରଙ୍କର ପାଇପାରୁଛନ୍ତି। ସେହିପରି ସ୍ୱାଭିମାନ ଅଂଚଳର ଲୋକେ ମଧ୍ୟ ସବୁ ସରକାରୀ ଯୋଜନା ପାଇପାରିବେ ବୋଲି ସେ କହିଥିଲେ। ଧିରେ ଧିରେ ସ୍ୱାଭିମାନ ଅଂଚଳରେ ଆମେ ସୁରକ୍ଷା ବ୍ୟବସ୍ଥାକୁ ସ୍ଥାପନ କରୁଛୁ। ଆଗକୁ ସମସ୍ତ ସ୍ୱାଭିମାନ ଅଂଚଳକୁ ପୁଲିସ ନିଜ କବଜାକୁ ନେଇଯିବ। ନକ୍ସଲଙ୍କୁ ଏଠାରେ ପଛଘୁଞ୍ଚା ଦେବାକୁ ହେବ ବୋଲି କୁହାଯାଇଛି। ବର୍ତ୍ତମାନ ବଡପଡା ଠାରୁ ଯନ୍ତାପାଇ ରାସ୍ତା କାମ ସରିଯାଇଥିବା ବେଳେ ଯନ୍ତାପାଇ ଠାରୁ ଯଡାମ୍ବ କାମ ସରିଛି। ଯଡାମ୍ବ ଠାରୁ ଗୋରାସେତୁ କାମ ଚାଲିଛି। ଜନ୍ତୁରାଇ ଠାରୁ ଗାଜଲମାମୁଡି ପର୍ଯ୍ୟନ୍ତ ରାସ୍ତା କାମ ଚାଲୁଛି। ଦାରଲାବେଡା ଠାରୁ କଟଲାପଦର କାମ ମଧ୍ୟ ଜୋରସୋରରେ ଚାଲିଛି।
ଯନ୍ତାପାଇ ଠାରୁ ପେପରମେଟା ଭାୟା ଧୂଲିପୁଟ ରାସ୍ତା କାମ ମଧ୍ୟ ଚାଲିଛି ଏବଂ କଦଳୀବନ୍ଧ ଠାରୁ ବନ୍ଧଗୁଡା ପର୍ଯ୍ୟନ୍ତ ମଧ୍ୟ ରାସ୍ତା କାମ ଚାଲିଥିବା ଡିଜି ଅଭୟ କହିଥିଲେ। ବର୍ତ୍ତମାନ ୭ଟି ମେଜର ରାସ୍ତାର କାମ ଚାଲିଛି। ଯଡାମ୍ବର ଥାନା ସଂପୂର୍ଣ୍ଣ ସ୍ଥାପିତ ହେବା ପରେ ଏହି ଅଂଚଳରେ ସୁରକ୍ଷା ଆହୁରି କଡାକଡି ହେବ।
ଏହି ଥାନାପାଇଁ ୨ କୋଟି ୫୦ ଲକ୍ଷ ଟଂକାର ବ୍ୟୟ ଅଟକଳ କରାଯାଇଥିବା ସେ କହିଥିଲେ। ସ୍ୱାଭିମାନ ଅଂଚଳରେ ଅବସ୍ଥାପିତ ହୋଇଥିବା ବିଏସଏଫ ଅଧିକାରୀମାନଙ୍କ ସହ ମାଓଦମନ ନେଇ ରଣନୀତି ପ୍ରସ୍ତୁତ କରିବା ପରେ ମାଲକାନଗିରି ପହଞ୍ଚି ଏକ ଜରୁରୀ ବୈଠକରେ ଯୋଗ ଦେଇଥିଲେ। ଏଠାରେ ମଧ୍ୟ ବିଏସଏଫ ଏବଂ ଜିଲ୍ଲା ପୁଲିସ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.