ଡ଼୍ୟାନ୍ସ ବାର ଝିଅ ପାଇଁ ପୋଲିସ ଘଣ୍ଟାଏ ନାକେଦମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ରବିବାର ରାତି ପ୍ରାୟ ୧୨:୩୦ କଟକ ରୋଡ଼ ସ୍ଥିତ ପାନଟାଗନ ଡ୍ୟାନ୍ସ ବାର ସମ୍ମୁଖରେ ହାତରେ ବ୍ୟାଗ ଧରି ଦୌଡୁଥିଲେ ଜଣେ ଯୁବକ ଓ ଜଣେ ଯୁବତୀ । ସେମାନଙ୍କ ପଛରେ ଆଉଜଣେ ବ୍ୟକ୍ତି ସେମାନଙ୍କୁ ଅଟକାଇବା ପାଇଁ ଦୌଡୁ ଥିବା ଦେଖିବାକୁ ମିଳିଥିଲା । ପରଦିନ ସୋମବାର ଥିବାରୁ ରାସ୍ତାରେ କାଉଡ଼ିଆଙ୍କର ଭିଡ ଲାଗିରହିଥିଲା । ହଠାତ ଏଭଳି ଦୃଶ୍ୟ ଦେଖି କେହିକିଛି ବୁଝିପାରିନଥିଲେ । ସେହି ସମୟରେ ରାସ୍ତାର ଅପରପାର୍ଶ୍ୱ ରେ ଯାଉଥିବା ପିସିଆର ଭ୍ୟାନ ସେମାନଙ୍କୁ ଅଟକାଇ କାରଣ ପଚାରିବାରୁ ଯୁବତୀ ଜଣକ ଅଭିଯୋଗ କରିଥିଲେ କି ସେ ପାନଟାଗନ ଡ୍ୟାନ୍ସ ବାର ରେ କାମ କରନ୍ତି । ସେ ନିଜ ଘରକୁ ଯିବାକୁ ଚାହୁଁଛନ୍ତି ମାତ୍ର ବାର ର କର୍ମଚାରୀ ତାଙ୍କୁ ଜୋର ଜବରଦସ୍ତ ଅଟକାଇ ରଖିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଏକୁଟିଆ ସେ ନୁହଁନ୍ତି ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ଯୁବତୀ ମାନଙ୍କୁ ମଧ୍ୟ ସେମାନେ ଘରକୁ ଯିବାକୁ ଦେଉନାହାନ୍ତି । ଏସବୁ ଦୃଶ୍ୟକୁ ଦେଖି ରାସ୍ତାରେ ଯାଉଥିବା କାଉଡ଼ିଆ ଓ ସାଧାରଣ ଲୋକଙ୍କ ଭିଡ଼ ଜମିବାରେ ଲାଗିଲା । ଭିଡକୁ ଦେଖି କୌଣସି ଅପ୍ରୀତିକର ପରିସ୍ଥିତି କୁ ଏଡ଼ାଇବା ପାଇଁ ପୋଲିସ ସେମାନଙ୍କୁ ପିସିଆର ଭ୍ୟାନରେ ବସିବାକୁ କହିଥିଲେ ।

ମାତ୍ର ପୋଲିସ ର ସତଚେଷ୍ଟା ପରେ ମଧ୍ୟ ସେମାନଙ୍କୁ ପିସିଆର ଭ୍ୟାନରେ ବସାଇବାରେ ସକ୍ଷମ ହୋଇପାରିନଥିଲା। ପରିସ୍ଥିତି ଏପରି ହୋଇଥିଲାଯେ ପିସିଆର କୁ ଲଷ୍ମୀସାଗର ଥାନା ଗାଡିର ସହାୟତା ନେବାକୁ ପଡିଥିଲା । କିଛିସମୟ ପରେ ଲଷ୍ମୀସାଗର ଥାନା ଗାଡି ଆସି ଘଟଣାସ୍ଥଳରେ ପହଞ୍ଚି ଥିଲା । ସେ ମଧ୍ୟ ଉକ୍ତ ଯୁବକ ଓ ଯୁବତୀ କୁ ଗାଡ଼ିରେ ବସାଇ ଥାନାକୁ ନେବାକୁ ନାକେଦମ ହୋଇଯାଇଥିଲା । କାରଣ ଯୁବତୀଙ୍କ ଏକା ଜିଦ ବିନା ଲେଡି ପୋଲିସ ରେ ସେ ଥାନାକୁ ଯିବେନାହିଁ । ସେ ସ୍ଥାନରେ କେହି ଲେଡି ପୋଲିସ ନଥିବାରୁ ବିଚ ରାସ୍ତାରେ ପୋଲିସ କୁ ସେମାନଙ୍କ ତାଣ୍ଡବ ବରଦାସ୍ତ କରିବାକୁ ପଡିଥିଲା । ସେଠାରେ ଉପସ୍ଥିତ ଲୋକ ଓ ପୋଲିସ ବହୁତ ବୁଝାଇବା ପରେ ଉକ୍ତ ଯୁବକ, ଯୁବତୀ ଓ ସେମାନଙ୍କୁ ଗୋଡାଉଥିବା ଯୁବକ ଙ୍କୁ ପୋଲିସ ଲଷ୍ମୀସାଗର ଥାନାକୁ ନେଇଗଲେ । ଏହିଘଟଣା କୁ ତିନିଦିନ ବିତିବା ପରେ ଗତ ବୁଧୁବାର ରାତିରେ ସ୍ପେଶାଲ ସ୍କୁୱାର୍ଡ ପାନଟାଗନ ବାର ଚଢ଼ାଉ କରି ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ବାର ର ମ୍ୟାନେଜରଙ୍କୁ ଅଟକ ରଖିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ରବିବାର ଦିନ ରାତିରେ ଘଟିଥିବା ଘଟଣା ଡିସିପି ଙ୍କ କାନକୁ କଥା ଯିବାପରେ ପରେତ ସ୍ପେଶାଲ ସ୍କୁୱାର୍ଡ ଟିମ ପାନଟାଗନ ବାର ରେ ଚଢ଼ାଉ କରିଥିଲା । କାରଣ କଟକ ରୋଡ଼ ସ୍ଥିତ କିଛି ବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି । ଭୁବନେଶ୍ୱର ବାର ରେ କେବଳ ମ୍ୟୁଜିକ ପାଇଁ ଅନୁମତି ଥିବାବେଳେ ଡ୍ୟାନ୍ସ ହେଉଛି । ଏ ସମ୍ବନ୍ଧ ଲଷ୍ମୀସାଗର ପୋଲିସ କୁ କଣ କିଛି ଜଣା ନଥିଲା ? ଏପରି ଅନେକ ପ୍ରଶ୍ନ ସାଧାରଣ ଜନତା ଙ୍କ ମନରେ ଉଙ୍କି ମାରୁଛି ।

Sikshaya
Leave A Reply

Your email address will not be published.