ପୋଲିସର ଟେକ ରଖିଲେ ଆଇ.ଆଇ.ସି ଶରତ

0

ଓଡିଶା ଫାଷ୍ଟ(ବ୍ୟୁରୋ): ପୁଲିସର ଚାରିଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ଆଉ ଖୋଜାଖୋଜି ପରେ ଏକ ଅର୍ଦ୍ଧନିର୍ମିତ ଘରୁ ଉଦ୍ଧାର ହେଲା ୮ବର୍ଷର ଶିଶୁ ରମଜାନ ଖାନ।

ମୋଇନ ଖାନ ମେଦିନିପୁରରୁ ଆସି ପିପିଲି ଭବାନୀପୁରରେ ମାର୍ବଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କ ୮ବର୍ଷର ପୁଅ ରମଜାନ ଗତକାଲି ଦିନ ୧୧ଟା ପରଠାରୁ ହଠାତ କେଉଁଆଡେ ଚାଲିଯାଇଥିଲା । ପରେ ପୁଅକୁ ଖୋଜୁଥିବା ପରିବାର ଲୋକେ ପୂର୍ବତନ ଏନଏସି ଚେୟାରମ୍ୟାନଙ୍କ ସହଯୋଗରେ ଏକ ମାଇକ ପ୍ରଚାର ଦ୍ବାରା ବି ରମଜାନକୁ ଖୋଜିବାକୁ ଚେଷ୍ଟା କରିଥିଲେ। ପୁଅର କୌଣସି ସନ୍ଧାନ ନପାଇ ସଂଧ୍ୟା ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ରମଜାନ ନିଖୋଜ ହେବା ପୂର୍ବରୁ ସେଠାରେ ରହୁଥିବା ଘୋରଡିଆର ଜୁମା ଖାନ ସହ କଥା ହେଉଥିଲା।ଶିଶୁକୁ ଅପହରଣ କରାଯାଇଥିବା ପୁଲିସ ଅନୁମାନ ଲଗାଇଥିଲା ଓ ଖୋଳତାଡ଼ ଆରମ୍ଭ କରିଥିଲା।

ପିପିଲି ଥାନା ଅଧିକାରୀ ଶରତ ସାହୁଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ୍ ଗଠନ ହୋଇଥିଲା ଯେଉଁଥିରେ ଆଇଆଇସିଙ୍କ ସହ ଏଏସଆଇ ଵି କେ ଦାସ ଓ ଵି ଡି ଭୋଳଙ୍କ ଭଳି ବଛା ବଛା ଅଫିସରଙ୍କୁ ସାମିଲ କରାଯାଇଥିଲା। ଶିଶୁଟିକୁ ଉଦ୍ଧାର କରିବାକୁ ପୁରା ଟିମ ଚ୍ୟାଲେଞ୍ଜ ହିସାବରେ ନେଇଥିଲେ। ଅଭିଯୁକ୍ତ ଜୁମା ଖାନକୁ ପୁଲିସ ଅଟକ ରଖି ପଚରା ଉଚୁରା କରିଥିଲେ ଵି ଜୁମା ମୁହଁ ଖୋଲିନଥିଲା।

ପରେ ଗଠିତ ସ୍ଵତନ୍ତ୍ର ଟିମ୍ ଚାରି ଭାଗରେ ଵିଭକ୍ତ ହୋଇ ଶିଶୁ ଟିର ପତ୍ତା ଲଗାଇଥିଲେ। ତେବେ ରାତି ସାଢେ ଵାରଟାରେ ସ୍ଵତନ୍ତ୍ର ଟିମ ଦରଡା ସିଡି ନିକଟ ଏକ ଅର୍ଦ୍ଧ ନିର୍ମିତ ଘର ପଛପଟୁ ନିଖୋଜ ରମଜାନକୁ ଉଦ୍ଧାର କରିଥିଲେ। ଶିଶୁଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଵେଳେ ତାକୁ ତୁରନ୍ତ ପୁଲିସ ସହାୟତାରେ ଚିକିତ୍ସା ପାଇଁ ସମ ହସପିଟାଲ ରେ ଭର୍ତ୍ତି କରାଯାଇଛି। ଶିଶୁ ଟି ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ପରେ ଧରାପଡିଯିଵା ଭୟରେ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପିପିଲି ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.