ହତ୍ୟାକାରୀ କିଏ ଖିଅ ପାଉନି ପୋଲିସ

0

ଓଡିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଉପକଣ୍ଠ କୂଆଖାଇ ନଦୀପଠାରୁ ମିଳିଥିବା ଉନ୍ମକ୍ତ ପାଢି (୪୦)ଙ୍କ ଅଧାପୋଡା ଶବ ପଛର ରହସ୍ୟକୁ ନେଇ ପୋଲିସ ଛାନଭିନ କରୁଛି। କିଏ ଓ କାହିଁକି ଏଭଳି ଜଘଂନ୍ୟକାଣ୍ଡ ଘଟାଇଲା, ତାହାକୁ ନେଇ ପୋଲିସ ତନାଘନା କରୁଛି ମାତ୍ର ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ କରିଛି। ତାଙ୍କ ପାଖରୁ ମିଳିଥିବା ପୋଡା ଲାପଟପ ଓ ଡଙ୍ଗଲ କୁ ମଧ୍ୟ ପୋଲିସ ଯାଞ୍ଚ କରୁଥିବା ଡି.ସି.ପି. ସତ୍ୟବ୍ରତ ଭୋଇ କହିଛନ୍ତି।

ଗୁରୁବାର ମୃତକଙ୍କ ଭାଇ ଚିନ୍ମୟ ପାଢୀ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଗତ ବର୍ଷ ଭାଇରାଲ ହୋଇଥିବା ଭିଡିଓ ପ୍ରମୁଖ କାରଣ ହୋଇପାରେ ବୋଲି ସେ କହିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ୨୦୧୬ରେ ଉନ୍ମକ୍ତ କୋଲକାତାରୁ ଚାକିରି ଛାଡି ଭୁବନେଶ୍ୱରକୁ ଫେରିଆସିଥିଲେ। ପରେ ଖାରବେଳନଗରରେ ଥିବା ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲେ।ଚାକିରି କରୁଥିବା ସମୟରେ ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସଂପୃକ୍ତ ଯୁବତୀ ଜଣକ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡିବାରୁ ନିଜ ପାଖରେ ଥିବା ଉନ୍ମକ୍ତ ଓ ନିଜ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ଭାଇରାଲ କରିଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା ଓ ସଂପୃକ୍ତ ଯୁବତୀ ତାଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତଲା ଦେଇଥିଲେ । ପୋଲିସ କେସ ନମ୍ବର ୫୫/୧୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଉନ୍ମକ୍ତକୁ ଗିରଫ କରିଥିଲା। ଏହା ଜଣାପଡିବା ପରେ ଜାମିନରେ ଆସିବା ପରେ ଉନ୍ମକ୍ତ ସଂପୃକ୍ତ ଯୁବତୀ ତାଙ୍କ ଠାରୁ ନେଇଥିବା ଟଙ୍କା ଫେରସ୍ତ ମାଗିବାରୁ ଏହି ହତ୍ୟା ପଛରେ ସଂପୃକ୍ତ ଯୁବତୀର ହାତ ଥିବା ମୃତକଙ୍କ ଭାଇ ସନ୍ଦେହ କରି ଅଭିଯୋଗ କରିଛନ୍ତି।

୨୦୧୬ରେ ଭାଇରାଲ ହୋଇଥିବା ଭିଡିଓ ଉନ୍ମକ୍ତଙ୍କ ଶବ ମିଳିବା ପରେ ପୁଣି ଥରେ ମୋବାଇଲରୁ ମୋବାଇଲକୁ ଘୂରିବୁଲିଛି । ତେବେ ଏହି ଭିଡିଓ କିଏ ଓ କାହିଁକି ଭାଇରାଲ କଲା, ତାହା ପୋଲିସକୁ ଅଡୁଆରେ ପକାଇଛି । ଘଟଣାକୁ ଭିନ୍ନମୋଡ ଦେବାକୁ ଏଭଳି କରାଯାଉଥିବା ପୋଲିସ ସନ୍ଦେହ କରୁଛି ।

ପୋଲିସ ଏହି ତଥ୍ୟକୁ ଆଧାର କରି ତଦନ୍ତ କରୁଥିବା ବେଳେ ପୂର୍ବ ଶତ୍ରୁତା କିମ୍ବା ପାରିବାରିକ ସମ୍ପତ୍ତି ବିବାଦ ଆଡକୁ ପୋଲିସ ତଦନ୍ତ ଅଗ୍ରସର ହେଉଥିବା ଜଣାଡିଛି । ତେବେ ଖୁବଶୀଘ୍ର ଘଟଣାର ରହସ୍ୟ ଖୋଲିବ ବୋଲି ପୋଲିସ ଆଶା ରଖିଛି । ସେପଟେ ଭାଇରାଲ ଭିଡିଓରେ ଥିବା ଯୁବତୀ ଜଣକ ଗଣମାଧ୍ୟମ ଆଗରେ ମୁହଁ ଖୋଲି ହତ୍ୟାକାଣ୍ଡରେ ତାଙ୍କର କୌଣସି ସଂପୃକ୍ତି ନଥିବା କହିଛନ୍ତି।

Sikshaya
Leave A Reply

Your email address will not be published.