କରୋନାରେ ଆଖି ବୁଜିଲେ ଥାନା ଅଧିକାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ଗୁରୁବାର ବ୍ରହ୍ମପୁରସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ଜିଲ୍ଲା ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କୁ ହରାଇଲା ବୋଲି ରାୟଗଡା ଏସପି ଡା . ସର୍ବଣ ବିବେକ ଏମ କହିଛନ୍ତି। ସେପଟେ ଥାନା ଅଧିକାରୀଙ୍କ ସ୍ମୃତିରେ ଆସନ୍ତାକାଲି ମୁନିଗୁଡା ବଜାର ବନ୍ଦ ରଖିବାକୁ ମୁନିଗୁଡା ବିକାଶ ପରିଷଦ ଓ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି। ଗତ ସପ୍ତାହକ ତଳେ ଶ୍ରୀ ଦେହୁରୀ ଅସୁସ୍ଥ ଅନୁଭବ କରିବା ପରେ କୋଭିଡ଼ ପରୀକ୍ଷା କରିଥିଲେ। ସ୍ୱାବ ରିପୋର୍ଟ ପଜିଟିଭ୍ ଆସିବାପରେ ଚିକିତ୍ସା ପାଇଁ ୬ ତାରିଖରେ ତାଙ୍କୁ ଜେକେପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୭ ତାରିଖରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଅଶ୍ୱିନୀ ହସ୍ପିଟାଲାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ରାୟଗଡ଼ାର ଅନ୍ୟଜଣେ ବ୍ୟବସାୟୀ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.