ଯୋଗଣ ମନ୍ତ୍ରୀଙ୍କୁ ଜଗିଛି ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୋଗଣ ମନ୍ତ୍ରୀଙ୍କୁ ଜଗିଛି ପୋଲିସ । ପିଆଜ ଦର ଡରାଉଛି ଯୋଗଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ । ଦିନକୁ ଦିନ ବଢି ଚାଲିଥିବା ପିଆଜ ଦର ଲୋକ ଅସନ୍ତୋଷ ବୃଦ୍ଧି କରିବାରେ ଲାଗିଛି । ତେଣୁ ମନ୍ତ୍ରୀ ଜନ ଆକ୍ରୋଶର ଶିକାର ହେବାକୁ ଥିବା ଅନୁମାନ କରି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ପିଆଜ ଦର କିଲୋ ପ୍ରତି ୧୩୦ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଅନେକ ସହରରେ ଏହା ୧୫୦ ଛୁଇଁଲାଣି । ଯାହାକୁ ନେଇ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି । ରାଜ୍ୟ ଯୋଗାଣ ମନ୍ତ୍ରୀ ଏଦିଗରେ କୌଣସି ପଦକ୍ଷେପ ନେଉଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରେ ମନ୍ତ୍ରୀଙ୍କ ବାସଭବନକୁ ଜଗିଛି ପୋଲିସ ।

Leave A Reply

Your email address will not be published.