ବିବେକ ଓବରୟଙ୍କ ଘରେ ପୁଲିସ ଚଢଉ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ମୁମ୍ବାଇ ଜୁହୁ ସ୍ଥିତ ବାସଭବନରେ ବେଙ୍ଗାଲୁରୁ ପୁଲିସ ପକ୍ଷରୁ ଚଢଉ କରାଯାଇଛି। ଗୁରୁବାର ଦିପହର ସମୟରେ ବେଙ୍ଗାଲୁରୁ କ୍ରାଇମ୍‌ବ୍ରାଞ୍ଚ ଦୁଇଜଣ ଇନ୍‌ସ୍ପେକ୍ଟର ବିବେକଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ତଲାସି ଆରମ୍ଭ କରିଥିଲେ । ବିବେକ ଓବରୟଙ୍କ ବାସଭବନରେ ଚଢଉ ସମ୍ପର୍କରେ ବେଙ୍ଗାଲୁରୁ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିବେକଙ୍କ ଶଳା ଆଦିତ୍ୟ ଅଲ୍‌ୱା ଡ୍ରଗ୍ସ ମାମଲାରେ ସାମିଲ୍ ଅଛନ୍ତି । ଏହି ଡ୍ରଗ୍ସ ଲିଙ୍କ୍ ମାମଲାରେ କୋର୍ଟ ପକ୍ଷରୁ ଆଦିତ୍ୟଙ୍କ ନାମରେ ୱାରେଣ୍ଟ ଜାରି କରାଯାଇଛି । ତେବେ ଆଦିତ୍ୟ ନିଜ ଭିଣେଇ ବିବେକଙ୍କ ଘରେ ଲୁଚିଥିବା ଖବର ପାଇବା ପରେ ପୁଲିସ ପକ୍ଷରୁ ଚଢଉ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଆଦିତ୍ୟ ଅଲ୍‌ୱା ହେଉଛନ୍ତି କର୍ଣ୍ଣାଟକ ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲ୍‌ୱାଙ୍କ ପୁଅ । ତାଙ୍କ ନାମରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ କଳାକାରଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗ ରହିଛି । ଏହି ସ୍ୟାଣ୍ଡାଲ୍‌ଉଡ୍ ଡ୍ରଗ୍ସ ର‌୍ୟାକେଟ୍‌ରେ ସେପ୍ଟେମ୍ବର ୪ରେ କନ୍ନଡ ଫିଲ୍ମ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କ ସହ ଅନେକ ଡ୍ରଗ୍ସ ଚାଲାଣକାରୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.