ନେତା ଙ୍କ ଚାପ ରେ ପୋଲିସ

0

ଓଡ଼ିଶା ଫାଷ୍ଟ (ଜିତେନ୍ଦ୍ର ମହାନ୍ତି): ଚାପରେ ପୋଲିସ ଏ କଥା ଆମେ କହୁନାହୁଁ ବରଙ୍ଗ
ସମ୍ବିଳନୀରେ ଜଣେ ଯୁବ ଆଇପିଏସ ଅଫିସର ତିଆରି କରିଥିବା ପ୍ରେଜେଣ୍ଟଟେସନ ରେ ଉର୍ଲେଖ କରିଛନ୍ତି। ପୋଲିସ ରାଜନେତା ଓ ନେତା ଙ୍କ ଚାପରେ ରହୁଛି ବୋଲି କହିଛନ୍ତି। ପରିସ୍ଥିତି ଏପରି ହେଉଛି କି ପୋଲିସ ଏତଲା ରୁଜୁ କରିବାକୁ ଅସକ୍ଷମ ହେଇପଡୁଛି ବୋଲି ଉପସ୍ଥାପନ କରିଥିଲେ। ଏହି ପ୍ରେଜେଣ୍ଟଟେସ ଟି କୁ ସବୁ ବରିଷ୍ଠ ଆଇପିଏସ ଅଫିସର ମାନେ ସମର୍ଥନ ଜଣାଇଥିଲେ। ଯୁବ ଆଇପିଏସ ଙ୍କୁ ପ୍ରଶଂସା କରି ଡିଜିପି ଓ ଆଇପିଏସ ଅଫିସର ତାଳି ମାରିବା ସୂଚନା ମିଳିଛି।

ଭୁବନେଶ୍ୱରସ୍ଥିତ ପୋଲିସ ଭବନ ଠାରେ ଓଡ଼ିଶା ପୋଲିସର ୬୦ତମ ବରିଷ୍ଠ ପୋଲିସ
ଅଧିକାରୀମାନଙ୍କ ସମ୍ବିଳନୀ ଆରମ୍ଭ ହିଇଛି । ମାର୍ଚ୍ଚ ୧୩ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ସମ୍ବିଳନୀ ଚାଲିବ।

ପୋଲିସ ମହାନିର୍ଦ୍ଦେଶକ ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା  ଏହାକୁ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧକ୍ଷକ,ଡି.ସି.ପି,ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ପୋଲିସ କମିଶନର, ରେଞ୍ଜ ଆଇ.ଜି ଓ ଡି.ଆଇ.ଜି,ଅଗ୍ନିଶମ, ହୋମଗାର୍ଡ଼,ଭିଜିଲାନ୍ସ ଓ ଜେଲ ବିଭାଗ ଅଧିକାରୀ ବୃନ୍ଦ ଅଂଶଗ୍ରହଣ କରିଛନ୍ତି।    

ପ୍ରଥମ ଦିନରେ ପୋଲିସ ଷ୍ଟେସନର କ୍ଷମତା ବଢ଼ାଇବା, ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନା କରିବା, ମାଓଦମନ, ରାଜ୍ୟରେ ବଢ଼ୁଥିବା ଅପରାଧ ଉପରେ ରୋକ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହି ସମ୍ବିଳନୀରେ ଆଇନ ଶୃଙ୍ଖଳା ପରିସ୍ଥିତି, ରାଜ୍ୟରେ ଅପରାଧ ସ୍ଥିତି,ଥାନ ମାନଙ୍କର ସୁଦୃଢ଼ିକରଣ,ଲୋକାଭିମୁଖୀ ପୋଲିସ ବ୍ୟବସ୍ଥା ବ୍ୟତୀତ ରାଜ୍ୟ ଭିଜଲାନ୍ସ ସଂଗଠନ, ଅଗ୍ନିଶମ ଓ ଗୃହରକ୍ଷୀ ସଂଗଠନ, କାରାଗାର ସଂସ୍ଥା ଓ ଓଡ଼ିଶା ପୋଲିସ ଗୃହ ନିର୍ମାଣ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ଏହି ସମ୍ବିଳନୀ ର ଉଦଯାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.