ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ଅପହୃତା ଯୁବତୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ପୋଲିସ। ଗତକାଲି କଟକ ଜଗତପୁର ଥାନା ଅଞ୍ଚଳରେ ଚଢ଼ାଉ କରି ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହ ଅପହୃତା ଯୁବତୀଙ୍କୁ ଉଦ୍ଧାର କରାଯାଇଛି।
ଅଭିଯୁକ୍ତ ବବିର ବାପାଙ୍କୁ ଗତ ୨ ଦିନ ପୂର୍ବରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବଂ ଅଧିକ ପଚରାଉଚରା ଜାରି ରଖିଥିଲା। ଘଟଣା ସମ୍ପର୍କରେ ପୋଲିସ ଅଧିକ ସୂଚନା ହସ୍ତଗତ କରି କଟକ ଯାଇଥିଲା ଏବଂ ସେଠାରୁ ବବିଙ୍କୁ ଉଦ୍ଧାର କରିଥିଲା ।
ଆଜି ଯୁବତୀଙ୍କ ଡାକ୍ତରୀ ମଇନା କରାଯିବା ସହ ସମ୍ପୃକ୍ତ ଯୁବକଙ୍କୁ ଅଧିକ ପଚରା ଉଚରା ଜାରି ରଖାଯାଇଛି । ବର୍ତ୍ତମାନ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ଥାନାରେ ରଖିଥିବା ବେଳେ ଆଜି ଯୁବତୀଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।