ଡ୍ୟାନ୍ସ ବାର ଉପରେ ପୋଲିସ ର ଅତର୍କିତ ଚଢ଼ାଉ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ‘ସୋଲାର ଇନ’ ବାର ରେ ପୋଲିସ ଚଢ଼ାଉ କରିଛି । ସେଠାରୁ ଡ୍ୟାନ୍ସ କରୁଥିବା ୧୦ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ପୂର୍ବରୁ ହୋଇ ଆସୁଥିବା ଅଭିଯୋଗକୁ ଭିତ୍ତି କରି ଖାରବେଳ ନଗର ପୋଲିସ ଅତର୍କିତ ଭାବରେ ଗତକାଲି ରାତିରେ ଖାରବେଳ ନଗର ସ୍ଥିତ ‘ସୋଲାର ଇନ’ବାରରେ ଚଢ଼ାଉ କରିଥିଲା । ଡ୍ୟାନ୍ସ ଓ ମ୍ୟୁଜିକାଲ୍‌ ଇଭେଣ୍ଟ୍‌ ପାଇଁ ଏହି ବାର୍‌ର ଅନୁମତି ନଥାଇ ମଧ୍ୟ ସେଠାରେ ଅଶ୍ଳୀଳ ଡ୍ୟାନ୍ସ ଚାଲୁଥିବା ଦେଖିବାକୁ ପାଇଥିଲା । ଅଶ୍ଳୀଳ ଡ୍ୟାନ୍ସ କରୁଥିବା ସମୟରେ ପୋଲିସ ସେଠାରୁ ୧୦ ଯୁବତୀ ଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ଯୁବତୀ ମାନଙ୍କୁ ସର୍ଟ-ଷ୍ଟେ ହୋମ୍‌କୁ ପଠାଇ ଦିଆଯାଇଛି।

ବାରରେ ଚଢ଼ାଉ ପରେ ପୋଲିସ ଏହାକୁ ସିଲ୍‌ କରିଦେବା ସହ ସେସମୟର କାର୍ଯ୍ୟରତ ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖି କେବେଠାରୁ ଏଠାରେ ଏଭଳି ବେଆଇନ୍ ଡ୍ୟାନ୍ସ ଚାଲିଥିଲା ତାହାର ତଦନ୍ତ ଚାଲିଛି ।

Leave A Reply

Your email address will not be published.