ଓଡ଼ିଶା ଫାଷ୍ଟ (ଜିତେନ୍ଦ୍ର ମହାନ୍ତି) ମନ୍ତ୍ରୀ ଓ ନେତାଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ରାଜଧାନୀ ଭୁବନେଶ୍ବର ଏବେ ନେତାଶୂନ୍ୟ ହୋଇପଡିଛି। ବରଗଡର ବେଜେପୁର ଏବେ ମିନି ରାଜଧାନୀ ପାଲଟି ଯାଇଛି। ଉପନିର୍ବାଚନ ପାଇଁ ବିଜେପୁରରେ ମାଳ ମାଳ ନେତା ଡେରା ପକାଇଛନ୍ତି। ଫଳରେ ରାଜଧାନୀ ଏବେ ନେତାଶୂନ୍ୟ ହୋଇଛି।
ଆସନ୍ତା 24 ତାରିଖରେ ବିଜେପୁର ଉପନିର୍ବାଚନ ହେବ। ସମ୍ମାନ ରକ୍ଷା ପାଇଁ ପ୍ରମୁଖ ରାଜନୈତିକ ଦଳମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଷ୍ଟାର ପ୍ରଚାରକ ଠାରୁ ଆରମ୍ଭ କରି କୁଜି ନେତା ପଯ୍ୟନ୍ତ ସମସ୍ତେ ଏବେ ପ୍ରଚାରରେ ସାମିଲ ହୋଇଛନ୍ତି। ଫଳରେ ରାଜଧାନୀ ଛାଡ଼ି ବେଜେପୁରରେ ଡେରା ପକେଇଛନ୍ତି।
ସ୍ୱର୍ଗତ ସୁବଳ ସାହୁଙ୍କ ପାଇଁ ବେଜେପୁର ଏବେ ଓଡ଼ିଶାର ଘରେ ଘରେ ପରିଚିତ ହୋଇଛି। ବିଜେପୁର ଗୋଟିଏ ନିର୍ବାଚନ ମଣ୍ଡଳୀ ଅଛି ବୋଲି ଅନେକ ଲୋକ ଜାଣିନଥିଲେ। ମାତ୍ର ସୁବଲଙ୍କ ଦେହାନ୍ତ ପରେ ବିଜେପୁରକୁ ନେଇ ଦିଲ୍ଲୀ ରୁ ପଲ୍ଲୀ ଯାଏ ଚର୍ଚ୍ଚା ହେଉଥିବାରୁ ବରଗଡ଼ବାସୀ ବେଶ ଖୁସି ଅନୁଭବ କରୁଛନ୍ତି।
ସେହିପରି ସୁବଲଙ୍କ ପରେ ବିଜେପୁରବାସୀ କାହା ମୁଣ୍ଡରେ ବିଜୟର ମୁକୁଟ ପିନ୍ଧାଇବେ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କାରଣ ସୁବଲଙ୍କ ପତ୍ନୀ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ବେଳେ ବିଜେଡି ଛାଡି ଅଶୋକ ପାଣିଗ୍ରାହୀ ବଜେପିରୁ ଲଢ଼ୁଛନ୍ତି। ଏମାନଙ୍କୁ ଟକ୍କର ଦେବାକୁ କଂଗ୍ରେସ ଜଣେ ଗାଁ ପୁଅକୁ ମଇଦାନକୁ ଛାଡିଛି। ତେଣୁ ଲୋକେ କାହାକୁ ଭୋଟ ଦେଇ ବିଧାନସଭା ପଠେଇବେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।