କିଏ ଟ୍ରକରେ ତ କିଏ ଟ୍ରଲିରେ ଯାଇ ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଲେ ରାଜନେତା

0

ବନ୍ୟା ପରିସ୍ଥିତିରେ ଜଳବନ୍ଦୀ ଲୋକଙ୍କ ନିକଟରେ ରାଜନେତା । ଲୋକଙ୍କ ଏଭଳି ପରିସ୍ଥିତିରେ ସେମାନଙ୍କ ଦୁଃଖ ବୁଝିବାକୁ ବହୁ ସ୍ଥାନରେ ରାଜନେତାମାନେ ଯାଇ ସେମାନଙ୍କର ଦୁଃଖ ବୁଝିବା ସହ ସେମାନଙ୍କୁ ଖାଦ୍ୟ ଯୋଗାଇବାର ଦୃଶ୍ୟ ଦେଖିବାକୁ ମିଳୁଛି । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସଦର ବ୍ଲକରେ ।

ଗୋଟିଏ ପଟେ ବିଜେଡି ପୂର୍ବତନ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଟ୍ରାକ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କରିଥିବାବେଳେ ଅନ୍ୟପଟେ ବିଜେପି ବିଧାୟକ ଜୟନ୍ତୀ ଷଡଙ୍ଗୀ ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ରଲିରେ ବନ୍ୟାଞ୍ଚଳ ବୁଲି ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ବିଜେଡି ପୂର୍ବତନ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏକ ଟ୍ରାକ୍ଟରରେ ସମର୍ଥକ ଓ ଦଳୀୟ କର୍ମୀଙ୍କୁ ନେଇ ବୀରହରେକୃଷ୍ଣ ଗ୍ରାମ ପଞ୍ଚାୟତର ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଅନ୍ୟପଟେ ବିଜେପି ବିଧାୟକ ଜୟନ୍ତୀ ଷଡଙ୍ଗୀ ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ରଲିରେ ବନ୍ୟାଞ୍ଚଳ ବୁଲି ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ କରିଛନ୍ତି । ବିଧାୟକ ଜୟନ୍ତ ଷଡଙ୍ଗୀ ନିଜେ ରିଲିଫ ବୋଝେଇ ଟ୍ରଲି ଚଲାଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିତରଣ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ହରେକୃଷ୍ଣପୁର ପଞ୍ଚାୟତର ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବିତରଣ କରିଛନ୍ତି । ଏଥିସହ ଜଳବନ୍ଦୀ ହୋଇଥିବା ଲୋକଙ୍କ ସହ ଆଲୋଚନା କରି ସମସ୍ୟା ପଚାରି ବୁଝିଛନ୍ତି ଜୟନ୍ତ ଷଡଙ୍ଗୀ ଓ ସମ୍ବିତ ପାତ୍ର ।

SOA post below
Leave a comment