ଚପଲ କୁ ନେଇ ରାଜନୀତି

0

ଓଡ଼ିଶା ଫାଷ୍ଟ (ପ୍ରଗତି ରଞ୍ଜନ ମହାନ୍ତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ସଭାରେ ଚପଲ ମାଡ଼ ଘଟଣାରେ ରାଜ୍ୟ ରାଜନୀତିର ତାତି ବଢ଼ିଛି । ଦୁଇ ଦଳର ବରିଷ୍ଠ ନେତା ମାନେ ଯେଉଁଭଳି ଘଟଣା ର ପ୍ରତିକ୍ରୟା ଦେଉଛନ୍ତି ତଦନ୍ତ ଦିଗହରା ହେଉଛି ବୋଲି। ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

ମାତ୍ର ଅନ୍ୟ ପଟେ ପୋଲିସର ଭୂମିକାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା ନେଇ ଏସ୍‌ଡିପିଓ କହିଥିବା ବେଳେ ଆଜି କିନ୍ତୁ ଆଇଆଇସି ଏକ ଭିନ୍ନ ମତ ଦେଇ ନିଆଁ ରେ ଘିଅ ଢାଳିଛନ୍ତି। ସେ କହିଛନ୍ତି ମୁଁ ଅଗରୁ ତାକୁ ଜାଣିଛି ତାର ମାନସିକ ଅବସ୍ଥା ଠିକ ନାହିଁ । କିନ୍ତୁ ଏହାକୁ କାର୍ତ୍ତିକ ଙ୍କ ବାପା ଖଣ୍ଡନ କରିଛନ୍ତି। ଓଡ଼ିଶାରେ କଉ ପ୍ରକାର ରାଜନୀତି ଚାଲିଛି ବୁଝାପଡୁନାହିଁ ।କେତେବେଳେ ଆନ୍ଦୋଳନ କାରି ଅନ୍ୟଦଳ ର ପତାକା ଧରି ନେତା ଓ ଉଚ୍ଚ ଅଧିକାରୀ ଙ୍କ ଘରେ ପସିଯାଉଛନ୍ତି ତ ଆଉ କେତେବେଳେ ଅଭିଯୁକ୍ତ ଙ୍କ ପକେଟ ରୁ ଅନ୍ୟଦଳ ର ପତାକା ବାହାରୁଛି। ଏହା ଦେଖି ବୁଦ୍ଧିଜିବି କହିଲେଣି ଜଗନ୍ନାଥ ଭରସା।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଉଦଭ୍ରାନ୍ତ ଯୁବକ ଏସବୁ ପରିସ୍ଥିତି ସୃଷ୍ଟି କଲା । ଏହା ଗୁଇନ୍ଦା ସଂସ୍ଥାର ବିଫଳତାକୁ ଦର୍ଶାଉଛି କାରଣ ସେ ଯୁବକ ମୁଖ୍ୟମନ୍ତ୍ରୀ ଙ୍କ ଏତେ ନିକଟତର ହେଲା କିପରି ବୋଲି ଧର୍ମେନ୍ଦ୍ର ବିଜେପୁର ଉପନିର୍ବାଚନ ପ୍ରଚାର ବେଳେ ଯୁକ୍ତି ବଢ଼ିଛନ୍ତି। ବିଜେପି ର ଦୁଇ ବରିଷ୍ଠ ନେତା ସମୀର ମହାନ୍ତି ଓ ସଜ୍ଜନ ଶର୍ମା ପ୍ରତିକ୍ରିୟା ରେ ତାଳ ମେଳ ନରହିବାରୁ ଏହା ରାଜନୈତିକ ଉଷ୍ମତା ବୃଦ୍ଧି କରୁଛି।

ଆଜି ବିଜେଡି ପକ୍ଷରୁ ଏହି ଘଟଣା ର ପ୍ରତିବାଦ କରାଯାଇଛି। ବିଜେଡିର ବରିଷ୍ଠ ନେତା, ବିଧାୟକ ଓ ମନ୍ତ୍ରୀ ମାନେ ସ୍ଥାନୀୟ ଜନତା ମଇଦାନ ଠାରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ତଳେ ସ୍ଲୋଗାନ୍ ଦେଇ ବିଜେପି କର୍ମୀଙ୍କୁ ଭଗବାନ ସୁବୁଦ୍ଧି ଦିଅନ୍ତୁ ବୋଲି ନାରାବାଜୀ କରିବାସହ ଡ଼ିଜିପି ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ସୁରକ୍ଷା ବୃଦ୍ଧି ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Leave A Reply

Your email address will not be published.