ରାଜ୍ୟରେ ବ୍ୟାନ ହେବ ପଲିଥିନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡିଶାରେ ପଲିଥିନ ବ୍ୟବହାର ଉପରେ ଲାଗୁ ହେବ କଟକଣା । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ପରେ ଏବେ ଓଡିଶାରେ ପଲିଥିନ୍ ବ୍ୟାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ପଲିଥିନ୍ ବ୍ୟାନ ନେଇ ଘୋଷଣା କରିଛନ୍ତି ରାଜ୍ୟ ମୁଖିଆ । ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ୫ଟି ମ୍ୟୁନିସପାଲଟି ଅଞ୍ଚଳରେ ପଲିଥିନ ବନ୍ଦ କରିବାକୁ ଘୋଷଣା ହୋଇଛି ।

ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଏହା କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।  ଏହି ବ୍ୟାନ ପ୍ରଥମେ ସହରାଞ୍ଚଳରେ କାର୍ଯ୍ୟକାରୀ କରାଯିବ । ଏହା ପରେ ୨ ବର୍ଷ ମଧ୍ୟରେ ସାରା ରାଜ୍ୟରେ ପଲିଥିନ ବନ୍ଦ ହେବ। ପ୍ଲାଷ୍ଟିକ୍ ଯୋଗୁଁ ପରିବେଶ ପ୍ରଦୂଷଣ ବଢ଼ୁଛି। ତେଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.