ହକି ବିଶ୍ୱକପକୁ ନେଇ ଡାକ ଟିକେଟ୍ ଉନ୍ମୋଚିତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ଓଡ଼ିଶାରେ ହକିର କ୍ରେଜ ଥିବାବେଳେ ଆଜି ଏହି ହକି ବିଶ୍ୱକପ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ସ୍ମାରକୀ ଡାକ ଟିକେଟ୍ ଉନ୍ମୋଚନ କରିଛନ୍ତି । ଏଥିରେ ୫ଟି ଡାକ ଟିକେଟ ଉନ୍ମୋଚନ କରାଯାଇଛି । ଏହି ଡାକରେ ଜୈବ ବିବିଧତା ଏବଂ ଓଡିଶାର ଐତିହ୍ୟ ସ୍ଥାନ ପାଇଛି । ଏହାର ମୂଲ୍ୟ ୫ ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଡାକ ବିଭାଗର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ବିଶ୍ୱକପ ହକି ର ଆୟୋଜନ କରି ଅନେକ ପ୍ରଶଂସାର ଅଧିକାରୀ ହୋଇଥିବା ରାଜ୍ୟ ସରକାର ଭୁବନେଶ୍ୱରକୁ ବର୍ତ୍ତମାନ ର ସ୍ପୋଟର୍ସ କ୍ୟାପିଟାଲ ଭାବେ ବିଶ୍ୱରେ ପରିଚିତ କରାଇପାରିଛନ୍ତି । ହକିର ଏହି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.