ମୁଁ ହତାଶ ପ୍ରେମିକ ନୁହେଁ କାହିଁକି କହିଲେ ମହାରଥୀ, ପଢନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀ ପୁଣି ଚର୍ଚ୍ଚାରେ । ତାଙ୍କୁ ମନ୍ତ୍ରୀପଦ ନମିଳିବା ଉପରେ କିଛି ସାମ୍ବାଦିକ ପ୍ରଶ୍ନ କରିବାରୁ ସେ ନିଜ କଥାକଥିତ ଅନ୍ଦାଜରେ ‘ମୁଁ ହତାଶ ପ୍ରେମିକ ନୁହେଁ’ କହି ଉତ୍ତର ରଖିଛନ୍ତି । ଅନେକ ଦିନରୁ ଚୁପ ରହିଥିବା ମହାରଥୀ ଆଜି ନିଜ ତୁଣ୍ଡ ଖୋଲି ଥିବାରୁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ମହାରଥୀ ଏଥର ସପ୍ତମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଶପଥ ଗ୍ରହଣ କରିବା ପରେ ଆଜିଠାରୁ ଅନ୍ୟ ବିଧାୟକ ମାନେ ଶପଥ ଗ୍ରହଣ କରିବା ଆରମ୍ଭ ହୋଇଥିଲା । ଏହି ଶପଥ ଗ୍ରହଣ ଉତ୍ସବରେ ଆଜି ପିପିଲି ବିଧାୟକ ପ୍ରଦୀପ ମହାରଥୀ ଶପଥ ଗ୍ରହଣ କରିଥିଲେ । ଏଥର ତାଙ୍କୁ କୌଣସି ମନ୍ତ୍ରୀପଦ ନମିଳିଥିବାରୁ କିଛି ସମ୍ବାଦିକ ତାଙ୍କୁ ପ୍ରଶ୍ନ କରିବାରୁ ସେ ହତାଶ ପ୍ରେମିକ ନୁହନ୍ତି ବୋଲି ଉତ୍ତର ରଖିଥିଲେ ।

ନିର୍ବାଚନ ସମୟରେ ଫ୍ଲାଇଂ ସ୍କ୍ୱାର୍ଡର ଅଧିକାରୀଙ୍କୁ ମାଡ ମାରି ବିବାଦୀୟ ହୋଇପଡିଥିଲେ ମହାରଥୀ । ଏହି ଘଟଣାରେ ମହାରଥୀଙ୍କୁ ଗିରଫ କରାଯାଇଥିଲା ମାତ୍ର ଅସୁସ୍ଥତା ଯୋଗୁଁ ତାଙ୍କୁ ଜାମିନ ମିଳିଯାଇଥିଲା । ସେହିପରି ନବୀନଙ୍କ ୪ର୍ଥ ପାଳିରେ ମନ୍ତ୍ରୀ ଥିବା ସମୟରେ ବେବିନା ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇ ନିଜ ମନ୍ତ୍ରୀପଦ ହରାଇଥିଲେ ।

Leave A Reply

Your email address will not be published.