ଝାରପଡ଼ା ଜେଲ୍‌ରେ କଟିଲା ପ୍ରଦୀପଙ୍କ ରାତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଠିକଣା ଏବେ ଝାରପଡ଼ା ଜେଲ୍। କୋଭିଡ୍ ନିୟମାବଳୀ ଆଧାରରେ ତାଙ୍କୁ ୧୪ ନମ୍ବର ଓ୍ୱାର୍ଡରେ ସଙ୍ଗରୋଧରେ ରଖାଯାଇଛି ।କ୍ଷମତାରେ ଥାଇ ବେଶ୍‌ ସୁଖ ସୁବିଧାରେ ଦିନ କାଟୁଥିବା ପ୍ରଦୀନ ଶେଷରେ ସାଧାରଣ ବିଚାରାଧିନ କଏଦୀ ଭାବେ ରାତି କାଟିଛନ୍ତି। ଜେଲ୍ ମାନୁଏଲ୍ ଅନୁସାରେ ତାଙ୍କୁ ସାଧାରଣ କଏଦୀ ଭାବେ ସୁବିଧା ସୁଯୋଗ ଦିଆଯାଇଛି।

ଅଧିକ ପଚରାଉଚରା ଲାଗି ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ। ସେପଟେ ପ୍ରଦୀପ ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରିପାରନ୍ତି ବୋଲି ଜଣାଯାଇଛି ।ଭାବି ଜ୍ୱାଇଁ ଆକାଶ ପାଠକଙ୍କ କେଳେଙ୍କାରି ସହ ସାମିଲ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଗତକାଲି ପ୍ରଦୀପଙ୍କୁ ଗିରଫ କରିଥିଲା । ଏହାପରେ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

bjd
Sikshaya
ruchi

Leave A Reply

Your email address will not be published.