ପଦ୍ମଶୀ ପ୍ରକାଶ ରାଓ ଆଉ ନାହାଁନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ସମାଜସେବୀ ତଥା ପଦ୍ମଶୀ ସମ୍ମାନୀତ ଡି. ପ୍ରକାଶ ରାଓଙ୍କ ଆଜି ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ବ୍ରେନ ଟ୍ୟୁମର ସହ କୋଭିଡ ଆକ୍ରାନ୍ତ ହୋଇ ୨୦ ଦିନ ହେବ  ହସ୍ପିଟାଲ​ରେ ଭର୍ତ୍ତି ହୋଇଥିଲେ।  ସେ ଜଣେ ଚା’ ବିକାଳି ଭାବେ ପରିଚିତ ଥିଲେ।

ପ୍ରକାଶ ଯେ।, ଶ୍ରୀ ରାଓ ସକାଳୁ ବକ୍ସି ବଜାରସ୍ଥିତ ନିଜ ଚା ଦୋକାନରେ ବିକ୍ରି ସାରି କଟକ ବଡ ଡାକ୍ତରକାନାକୁ ସବୁଦିନ ଯାଆନ୍ତି । ସେଠାରେ ରୋଗୀମାନଙ୍କର ଯେକୌଣସି ସେବା ଆବଶ୍ୟକ, ସେ ନିଜ ସାଧ୍ୟମତେ କରିଥାନ୍ତି । ଇତିମଧ୍ୟରେ ସେ ୨୧୭ଥର ରକ୍ତଦାନ କରିଥିଲେ। ମୃତ୍ୟୁ ପରେ ନିଜ ଶରୀରଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ। ଏତବ୍ୟତୀତ, ୨୦୦୦ମସିହାରୁ ରାଓ ନିଜ ଘରେ ବସ୍ତି ପିଲାଙ୍କପାଇଁ ଏକ ସ୍କୁଲ ଖୋଲିଥିଲେ। ସ୍କୁଲର ନାମ ରଖିଥିଲେ “ଆଶା ଆଶ୍ୱାସନା ଗୃହ” ଓ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ଶିକ୍ଷାଦାନ କରନ୍ତି । ବର୍ତ୍ତମାନ ସେଠାରେ ୭୫ଜଣ ଛାତ୍ର ପାଠ ପଢ଼ାଉଥିଲେ।

 

Leave A Reply

Your email address will not be published.