ବିଜେଡି ଆହୁରି ୫୦ରୁ ୧୦୦ ବର୍ଷ କାର୍ଯ୍ୟ କରିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ଚବିଶ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରିଚାଲିଛି। ଆହୁରି ୫୦ରୁ ୧୦୦ ବର୍ଷ କାର୍ଯ୍ୟକରିବ ବୋଲି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ସେ କହିଥିଲେ, ସାଢ଼େ ଚାରି କୋଟି ଓଡ଼ିଆ ଲୋକଙ୍କର ଦଳ ହେଉଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସାମଗ୍ରିିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ସରକାରଙ୍କ ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହାଁଇବା ଆମର କାମ। ନବୀନ ବାବୁଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ନିମନ୍ତେ ଆମେ ଆଜିଠୁ ପ୍ରସ୍ତୁତି ଆରମ୍ଭ କରିବା ଦରକାର । କୌଣସି କଥାକୁ ନେଇ ଦଳରେ କେହି ବିଭ୍ରାନ୍ତି କରନ୍ତୁ ନାହିଁ। କର୍ମ, ବାକ୍ୟରେ ସଞ୍ଜମତା ରଖନ୍ତୁ, ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ପାଳନ କରନ୍ତୁ ବୋଲି ପ୍ରଣବ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.