ପ୍ରସାଦଙ୍କ ଯୋଗୁ ତାରାଙ୍କୁ ଛାଡିଲେ ପତ୍ନୀ

0

ଓଡିଶା ଫାଷ୍ଟ (ବ୍ୟୁରୋ) : ତାରାଙ୍କଠାରୁ ଅଲଗା ହେଲେ ଧର୍ମପତ୍ନୀ ମିନାକ୍ଷୀ ବାହିନୀପତି । ଆଉ ଏହି ବିଚ୍ଛେଦ ପଛରେ ରହିଛି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ହାତ । ନୂଆଦିଲ୍ଲୀରେ ଶୁକ୍ରବାର ଆରମ୍ଭ ହୋଇଛି ଏଆଇସିସି ଅଧିବେଶନ । ତାରା ଓ ମିନାକ୍ଷୀ ଏକାସଙ୍ଗେ ବୈଠକରେ ଯୋଗ ଦେବାକୁ ଓଡିଶା ଛାଡିଥିଲେ । କିନ୍ତୁ ସଭାସ୍ଥଳରେ ଉଭୟଙ୍କୁ ଅଲଗା ଅଲଗା ବସିବାକୁ ପଡିଛି । କାରଣ ରାଜ୍ୟପାଇଁ ସଦ୍ୟ ପ୍ରକାଶିତ ଏଆଇସିସି ସଭ୍ୟ ତାଲିକାରେ ମିନାକ୍ଷୀ ସ୍ଥାନ ପାଇଥିବା ବେଳେ ବାଦ୍ ପଡିଛନ୍ତି ତାରା । ପ୍ରସାଦ ବିରୋଧୀ ଆଭିମୁଖ୍ଯ ଯୋଗୁ ଚର୍ଚ୍ଚାରେ ଥିବା ବିରୋଧୀଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ଉପରେ ଶେଷରେ ପ୍ରତିଶୋଧ ନେଇଛନ୍ତି ପିସିସି ସଭାପତି । ଏଆଇସିସି ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଗ୍ୟାଲେରୀରେ ମିନାକ୍ଷୀ ହାଇକମାଣ୍ଡଙ୍କ ନିକଟରେ ବସୁଥିବା ବେଳେ ସମଗ୍ର ଦେଶରୁ ଆସିଥିବା ଷୋହଳ ହଜାର କର୍ମୀଙ୍କ ଭିତରେ ବ୍ୟାକ୍ ବେଞ୍ଚରେ ହଜିଯାଇଛନ୍ତି ତାରା ।

Sikshaya
Leave A Reply

Your email address will not be published.