ଚିଲିକାରୁ ଲଢ଼ିବେ ବାବା !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ନିର୍ବାଚନ ବିଜେଡି ପାଇଁ ଏକ ସଂଘର୍ଷମୟ ନିର୍ବାଚନ ହେବ ବୋଲି କୁହାଯାଉଛି । ଅନ୍ୟଥର ଅପେକ୍ଷା ଏଥର ଆଶାୟୀଙ୍କ ସଂଖ୍ୟା ଅଧିକ । ଏହି ଆଶାୟୀଙ୍କ ମଧ୍ୟରୁ ପ୍ରସନ୍ନ ପାଟ୍ଟଶାଣୀ ଅନ୍ୟତମ ଯିଏକି ବାବା ଙ୍କ ନାଁରେ ପରିଚିତ । ପ୍ରସନ୍ନ ପାଟ୍ଟଶାଣୀ ୫ଥର ହେଲାଣି ଲଗାତାର ଭାବେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହୋଇଅସୁଛନ୍ତି । ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ବାବାଙ୍କ ବଦଳରେ ଅରୁପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି । ବାବାଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଏଥର ଭୁବନେଶ୍ୱର ଲୋକସଭା ଆସନ ବଦଳରେ ବାବାଙ୍କୁ ବିଜେଡି ଚିଲିକା ଆସନ ଅଫର ଦେଇ ଥଇଥାନ କରିବାକୁ ଚେଷ୍ଟା କରିଛି, କାହିଁକି ନା ବାବା ଟିକେଟ ନମିଳିଲେ ବିଜେପି ଚାଲିଯିବାର ଧମକ ଦେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଚିଲିକା ଆସନ ପାଇଁ ପ୍ରସନ୍ନ ପାଟ୍ଟଶାଣୀ ନାଖୁସ ଅଛନ୍ତି ସେ ରାଜ୍ୟସଭା ଯିବାକୁ ଆଗ୍ରହୀ ଥିବା ସୁପ୍ରିମଙ୍କୁ ଅବଗତ କରିଛନ୍ତି । ଦେଖିବାକୁ ବାକି ରହିଲା ବାବା ଚିଲିକାରୁ ଲଢ଼ିବେ ନା ରାଜ୍ୟସଭା ଯିବେ ।

Leave A Reply

Your email address will not be published.