ବିଜେଡି ନୁହେଁ କି ବିଜେପି ନୁହେଁ ନୟାଗଡ଼ରୁ କଂଗ୍ରେସରୁ ଲଢ଼ିବେ ରାଣୀ ପ୍ରତ୍ୟୁଷା ଦେବୀ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ଯେତେ ବୁଝାଇଲେ ବୁଝୁ ନାହାନ୍ତି ରାଣୀ ପ୍ରତ୍ୟୁଷା ଦେବୀ । ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ନୟାଗଡ଼ ଆସନରୁ ଲଢ଼ିବାକୁ ଜିଦ ଧରିଛନ୍ତି ରାଣୀ ପ୍ରତ୍ୟୁଷା । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଛନ୍ତି ଯଦି ନୟାଗଡରୁ ଟିକେଟ ନମିଳେ ତେବେ ସ୍ୱାମୀଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି କହିଥିଲେ ପ୍ରତ୍ୟୁଷା ଦେବୀ । ମାତ୍ର ଏହା ଭିତରେ ନିଜ ନିଷ୍ପତ୍ତି ବଦଳାଇ ସାରିଲେଣି ରାଣୀ । ସେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ପିସିସି ସଭାପତିଙ୍କ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ରାଣୀ ପ୍ରତ୍ୟୁଷା ଦେବୀ ଏଥର କନ୍ଧମାଳ ଲୋକସଭା ଆସନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିନଥିଲେ । କିଛିଦିନ ତଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଓ ଅନୁରୋଧ କରି କହିଥିଲେ ସ୍ୱାମୀଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ନୟାଗଡ଼ରୁ ବିଧାନସଭା ଆସନ ପାଇଁ ଲଢ଼ିବେ । ସ୍ୱାମୀ ହେମେନ୍ଦ୍ରଙ୍କ ନିଜ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ କାମ କରିବାର ପ୍ରବଳ ଇଚ୍ଛା ଥିଲା । ତେଣୁ ସ୍ୱାମୀଙ୍କ ଶେଷ ଇଚ୍ଛା ପୁରଣ କରିବାକୁ ସେ ଇଛୁକ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମାତ୍ର ନୟାଗଡ଼ ଅରୁଣଙ୍କ ଗଡ଼ । ବିଗତ ୧୫ ବର୍ଷର ସଙ୍ଗଠନକୁ ହାତଛଡା କରିବାକୁ ଅରୁଣ ନାରାଜ । ଅରୁଣ ସାହୁଙ୍କୁ ରଣପୁର ଆସନକୁ ପଠାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅରୁଣ ଏହାକୁ ନାପସନ୍ଦ କରିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ଶେଷରେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି । ଅରୁଣଙ୍କୁ ନୟାଗଡ଼ରୁ ଟିକେଟ ଦିଆଯିବା ପ୍ରାୟତଃ ସ୍ଥିର ହୋଇଥିବାରୁ ଏହାକୁ ବିରୋଧ କରିଛନ୍ତି ରଣୀ ପ୍ରତ୍ୟୁଷା ଦେବୀ । ନୟାଗଡ଼ର ବିଜେଡି ଟିକେଟ ନପାଇଲେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼େବେ ବୋଲି ଅଣ୍ଟା ଭିଡିଛନ୍ତି ରାଣୀ ପ୍ରତ୍ୟୁଷା ଦେବୀ ।

Leave A Reply

Your email address will not be published.