ରିଲିଜ୍ ପୂର୍ବରୁ ରେକର୍ଡ କଲା ‘ବ୍ରହ୍ମାସ୍ତ୍ର’; ଆଡଭାନ୍ସ ବୁକିଂରୁ କଲା ୧୮କୋଟି ଆୟ

0

ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ରିଲିଜ୍ ପୂର୍ବରୁ ଅନେକ ରେକର୍ଡ ଭାଙ୍ଗିବାକୁ ବସିଲାଣି। ଏହି ଚଳଚ୍ଚିତ୍ର ଆସନ୍ତାକାଲି ରିଲିଜ୍ ହେବାକୁ ଥିବା ବେଳେ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ବର୍ଷର ସର୍ବୋଚ୍ଚ ଆଡଭାନ୍ସ ବୁକିଂ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ବ୍ରହ୍ମାସ୍ତ୍ର ବର୍ଷର ଏଭଳି ଏକ ବଲିଉଡ ଚଳଚ୍ଚିତ୍ର ହୋଇପାରିଛି ଯାହାର ଆଡଭାନ୍ସ ବୁକିଂ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି।

ଚଳିତ ବର୍ଷ କେଜିଏଫ-୨ ଅଗ୍ରୀମ ବୁକିଂ କ୍ଷେତ୍ରରେ ଶୀର୍ଷରେ ରହିଛି। ଏହି ସୁପରହିଟ୍ ଚଳଚ୍ଚିତ୍ର ପରେ ‘ବ୍ରହ୍ମାସ୍ତ୍ର’ ବର୍ଷର ଦ୍ୱିତୀୟ ସର୍ବୋଚ୍ଚ ଆଡଭାନ୍ସ ବୁକିଂ ଚଳଚ୍ଚିତ୍ର ଭାବରେ ଉଭା ହୋଇଛି। ‘ବ୍ରହ୍ମାସ୍ତ୍ର’ ପାଇଁ ଏବେ ଆଡଭାନ୍ସ ବୁକିଂ ଜାରି ରହିଥିବା ବେଳେ ଆଡଭାନ୍ସ ବୁକିଂରୁ ଫିଲ୍ମଟି ୧୮କୋଟି ଆୟ କରିସାରିଥିବା ଜଣାପଡ଼ିିଛି। ବୁଧବାର ‘ବ୍ରହ୍ମାସ୍ତ୍ର’ ଏହାର ଅଗ୍ରୀମ ବୁକିଂର ଏକ ଅଂଶ ଭାବରେ ୧୮କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଆଗୁଆ ବୁକିଂରେ ୨୭-୩୨ କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି।

SOA post below
Leave a comment