ଆରମ୍ଭ ହେଲା ସାଧାରଣ ନିର୍ବାଚନ ପ୍ରସ୍ତୁତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ତେବେ ଆସନ୍ତା ସାଧରଣ ନିର୍ବାଚନରେ ଭୋଟ ପ୍ରକ୍ରିୟା VVPAT ପ୍ରକିୟାରେ ଭୋଟ ଗ୍ରହଣ କରାଯିବ। ସାଧାରଣ ନିର୍ବାଚନରେ କେତେ ଅର୍ଥ ଖର୍ଚ୍ଚ ହେବ ସେ ସମ୍ପର୍କରେ ହିସାବ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ସମସ୍ତ ଜିଲ୍ଲାରେ ହେବାକୁଥିବା ବୁଥରେ ପୋଲିଂ ପାର୍ଟିର ଯାତାୟତ ଓ ବୁଥ ଖର୍ଚ୍ଚର ହିସାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବଂ ନିର୍ବାଚନକୁ କିଭଳି ଶାନ୍ତିଶୃଙ୍ଖଳାର ସହ ସମାପନ କରିହେବ ସେ ନେଇ ଆବଶ୍ୟକୀୟ ଭିତ୍ତିଭୂମି ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ସୁରେନ୍ଦ୍ର କୁମାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଜିଲ୍ଲାରେ ଷ୍ଟ୍ରଙ୍ଗ ରୁମ ତିଆରି କରିବା ଓ ପୂର୍ବରୁ ଥିବା ଷ୍ଟ୍ରଙ୍ଗ ରୁମର ସ୍ଥିତି କିପରି ରହିଛି ତାହା ମଧ୍ୟ ଜଣାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଯଥାଶୀଘ୍ର ସମସ୍ତ ଜିଲ୍ଲାପାଳ କାର୍ଯ୍ୟ ଶେଷ କରି ରିପୋର୍ଟ ଦେବାକୁ କୁହାଯାଇଛି।

Sikshaya
Leave A Reply

Your email address will not be published.