ଦେଶବାସୀଙ୍କ ହିତରେ କାମ କରିବି

0

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କୁ ଜୁହାର କହି ଅଭିଭାଷଣ ଆରମ୍ଭ କରିଥିଲେ।ଏଥିସହ ସାଂସଦ ଓ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଏକ ଆଦିବାସୀ ଗାଁରୁ ଆରମ୍ଭ କରିଥିଲି ରାଜନୀତି ଜୀବନ। ମୋତେ ଏଯାଏଁ ଆଣିଛି ଗଣତନ୍ତ୍ରର ଶକ୍ତି । ମୁଁ ଗାଁର ପ୍ରଥମ କଲେଜ ଯାଇଥିବା ଝିଅ । କାଉନସିଲରରୁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମିଳିଛି । ନୂଆ ଭାରତରେ ଗରିବ, ଦଳିତ ଅବହେଳିତ ନୁହେଁ। ଦେଶବାସୀଙ୍କ ହିତରେ କାମ କରିବି ବୋଲି ଦ୍ରୌପଦୀ ମୁର୍ମୁ କହିଥିଲେ। ନୂଆ ଦାୟିତ୍ବ ମୋ ପାଇଁ ସୌଭାଗ୍ଯ ବୋଲି ଦ୍ରୌପଦୀ ମୁର୍ମୁ କହିଥିଲେ। ସ୍ବାଧୀନତାରେ ୭୫ ବର୍ଷରେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି ଦେଶ । ମୋତେ ନୂଆ ଦିୟିତ୍ବ ମିଳିଛି। ନିଷ୍ଠାର ସହ ପାଳନ କରିବି ବୋଲି କହିଛନ୍ତି। ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ମୋର ଜୀବନ ଯାତ୍ରା ବୋଲି ନବ ନିର୍ବାଚିତ ତଥା ନୂଆ ରାଷ୍ଟ୍ରପତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ କହିଛନ୍ତି। ଅନେକ ବାଧା ପ୍ରତିବନ୍ଧକ ମଧ୍ଯରେ ସଙ୍କଳ୍ପରେ ଦୃଢ ରହିଛି। ଗଣତନ୍ତ୍ରର ଶକ୍ତି ମୋତେ ରାଷ୍ଟ୍ରପତି ପଦାସୀନ କରିଛି। ଜଣେ ଆଦିବାସୀ ଗରିବ ଝିଅକୁ ରାଷ୍ଟ୍ରପତି କରାଇଛି ଆମ ଗଣତନ୍ତ୍ର। ଏହା ଭାରତୀୟ ଗଣତନ୍ତ୍ରର ମହକ। ଭାରତ ଗରିବ ସ୍ବପ୍ନ ଦେଖିପାରେ ଓ ପୂରଣ କରିପାରେ। ମୁଁ ରାଷ୍ଟ୍ରପତି ନିର୍ବାଚିତ ହେବା ଏହା ପ୍ରମାଣ କରୁଛି ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଭାରତର ଯୁବପିଢି ଓ ମହିଳାଙ୍କ ହିତ ମୋର ସର୍ବୋଚ୍ଚ ଦାୟିତ୍ବ ରହିବ ବୋଲି କହିଛନ୍ତି।

ଅଭିଭାଷଣରେ ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତ୍ତି କରିଥିଲେ ଦ୍ରୌପଦୀ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ କହିଥିଲେ। ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସମସ୍ତେ ଏକଜୁଟ ହୋଇ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରିବା ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି।

SOA post below
Leave a comment