ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ରାଣୀ ଏଲିଜାବେଥ‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ହେବେ ସାମିଲ

0

ବ୍ରିଟେନର ଦିବଙ୍ଗତ ରାଣୀ ଏଲିଜାବେଥ‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତ କରି ସେଠାରେ ରାଣୀଙ୍କୁ ଶେଷ ଦର୍ଶନ ଶୋକବ୍ୟକ୍ତ କରିବେ। ଏଥିପାଇଁ ସେପ୍ଟେମ୍ବର ୧୭ରୁ ୧୯ ମଧ୍ୟରେ ରାଷ୍ଟ୍ରପତି ଲଣ୍ଡନରେ ଉପସ୍ଥିତ ରହିବେ।

ବ୍ରିଟେନର ପୂର୍ବତନ ରାଷ୍ଟ ମୁଖ୍ୟ କୁଇନ୍‌ ଏଲିଜାବେଥ ଦ୍ୱିତୀୟ ମଧ୍ୟ କମନୱେଲଥ୍‌ ରାଷ୍ଟ୍ରର ମଧ୍ୟ ମୁଖ୍ୟ ଥିଲେ । ସେପ୍ଟେମ୍ବର ୭ରେ ରାଣୀଙ୍କର ପରଲୋକ ହୋଇଥିଲା। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଣୀଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି। ସେହିପରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନୂଆଦିଲ୍ଲୀରେ ଥିବା ବ୍ରିଟିସ୍ ହାଇକମିଶନରଙ୍କ କାର୍ଯ୍ୟାଳୟରେ ଭେଟି ରାଣୀଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି। ଭାରତ ମଧ୍ୟ ରାଣୀଙ୍କ ସମ୍ମାନେର୍ଥେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିଛି।

SOA post below
Leave a comment