ଇଦ୍‌ ଉଲ୍‌ ଫିତର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁସଲମାନ ଭାଇଭଉଣୀ ମାସେ ଧରି ରୋଜା ରଖିବା ପରେ ମଙ୍ଗଳବାର ଚାନ୍ଦ ଦର୍ଶନ ସହିତ ରୋଜା ଭଙ୍ଗ କରିଥିଲେ । ରମଜାନ ମାସ ପରେ ବୁଧବାର ପାଳନ କରାଯାଇଛି ଇଦ୍‌-ଉଲ୍‌-ଫିତର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ୍‌-ଉଲ୍‌-ଫିତର ଉପଲକ୍ଷେ ଭାରତରେ ଥିବା ମୁସଲମାନ ଭାଇଭଉଣୀ ଓ ବିଶ୍ୱର ସମସ୍ତ ମୁସଲମାନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗରିବଙ୍କୁ ଦାନ ଦେବା, ଭ୍ରାତୃଭାବ ପ୍ରତିଷ୍ଠା, ଦୟା ବା ଅନୁକମ୍ପା ପ୍ରଦର୍ଶନ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅପରପକ୍ଷରେ ଇଦ୍‌-ଉଲ୍‌-ଫିତର୍‌ ଅବସରରେ ମମତା ବାନାର୍ଜୀ ମୁସଲମାନ ଭାଇଭଉଣୀଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ଟୁଇଟର ପରେ ମମତାଙ୍କୁ ଟ୍ରୋଲ୍‌ ହେବାକୁ ପଡିଛି । ଅନେକେ ଟୁଇଟର ବ୍ୟବହାରକାରୀ ମମତାଙ୍କ ପୋଷ୍ଟରେ ‘ଜୟ ଶ୍ରୀରାମ’ ଲେଖି ତାଙ୍କୁ ଚିଡାଇବାକୁ ଚେଷ୍ଟା କରିଥିବା ଦେଖାଯାଇଛି । ତେବେ ଏହି ନାରା ଶୁଣି ମମତା କାହିଁକି ରାଗି ଯାଉଛନ୍ତି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.