ପ୍ରଧାନମନ୍ତ୍ରୀ ଦେବେ ଟିପ୍ସ

0

(ଓଡ଼ିଶା ଫାଷ୍ଟ) ବ୍ୟୁରୋ: ଓଡ଼ିଶାରେ ରାଜନୀତି ସରଗରମ ଥିବାବେଳେ ବିଜେପୁର ନିର୍ବାଚନ କୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ପକାଇଛନ୍ତି ଏଭଳି ଗୁଗୁଲ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପରୀକ୍ଷାର୍ଥୀଙ୍କୁ ମୋଦି ଦେବେ ଟିପ୍ସ । ଭିଡ଼ିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଟିପ୍ସ ଦେବେ। ପ୍ରାୟ ୧୦ କୋଟି ଛାତ୍ରଛାତ୍ରୀଙ୍କୁ ମୋଦି ଟିପ୍ସ ଦେବେବୋଲି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସମସ୍ତ ସ୍କୁଲରେ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର । ତେବେ ଜାଭେଦକରଙ୍କ ଏଭଳି ପ୍ରସ୍ତାବକୁ ନାଁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।ସେ କହିଛନ୍ତିଯେ, ଆମ ପିଲାମାନେ ପରୀକ୍ଷା ପାଇଁ ଟିପ୍ସ ପାଇ ସାରିଛନ୍ତି। ତେଣୁୁ ସ୍କୁଲରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆମେ ଉଚିତ ମଣୁନାହୁଁ। ତେଣୁ ଆସନ୍ତାକାଲି ସ୍କୁଲମାନଙ୍କରେ ସେଭଳି କାର୍ଯ୍ୟକ୍ରମ ହେବନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.