ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି; କରୁଛନ୍ତି ଦେଶକୁ ସମ୍ବୋଧନ

ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ ।ଚାରିଆଡେ ଦେଖିବାକୁ ମିଳୁଛି ତ୍ରିରଙ୍ଗାର ଲହରୀ । ସ୍ୱାଧୀନତା ଦିବସ ପାଇଁ ପୁର ପଲ୍ଲୀ ଠାରୁ ଆରମ୍ଭ କରି ସାରା ଦେଶ ଉତ୍ସବ ମୁଖର। ସ୍ୱାଧୀନତା ଦିବସ ଅବସରରେ ଲାଲ୍ କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଦେଶର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି । ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଛୋଟ ଛୋଟ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବାକୁ ଡିଆରଡିଓ ପକ୍ଷରୁ ବିକଶିତ କାଉଂଟର ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲା ନିକଟରେ ମୁତୟନ କରାଯାଇଛି । ଏହାସହ ଲାଲକିଲ୍ଲାର ପ୍ରବେଶ ପଥରେ କ୍ୟାମେରା ଲଗାଯିବା ସହ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରାୟ ୧୦ ହଜାର ପୁଲିସ୍ ଲାଲକିଲ୍ଲାରେ ମଧ୍ୟ ମୁତୟନ ରହିଛନ୍ତି ।