ମା’ ସମଲେଶ୍ବରୀଙ୍କ ପୀଠର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ୍
ଭିସୁଟର ବିକାଶ ପାଇଁ ଖର୍ଚ୍ଚ ହେବ ହଜାରେ କୋଟି

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠର ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ୍ । ଏଥିସହିତ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି।
ଆସନ୍ତାବର୍ଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଏହି ଡ୍ରିମ ପ୍ରୋଜେକ୍ଟକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ସୁଇମିଂ ପୁଲ ଓ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ ହେଉଛି । ପ୍ରଭାବିତ ହେବାକୁ ଥିବା ଜନବସତିକୁ ସ୍ଥାନାନ୍ତର କରି ଦୁର୍ଗାପାଲିର ଏକ କଲୋନୀରେ ଲୋକଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା ହୋଇଛି ।
ଏହା ପୂର୍ବରୁ ପ୍ରଥମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍ ଭିସୁଟ ଯାଇ ଏହାର ରୂପାନ୍ତରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଭିସୁଟର ବିକାଶ ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।
ଏଥିପାଇଁ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ । ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ । ସ୍କୁଲ ରେଜଲ୍ଟ ଭଲ ହେବା ନେଇ ଶିକ୍ଷକ ଓ ଛାତ୍ରଙ୍କଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।