ପ୍ରତିରକ୍ଷା ସାମଗ୍ରୀ ନିର୍ମାଣରେ ଆତ୍ମନିର୍ଭର ନୀତିକୁ ପ୍ରାଧାନ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ସମ୍ବନ୍ଧୀୟ ଭିଡିଓ କନଫରେନ୍ସରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସରକାର ଭାରତରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ବୃଦ୍ଧି କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ‘ଆତ୍ମ ନିଭର ଭାରତ ଡିଫେନ୍ସ ଇଣ୍ଡଷ୍ଟ୍ରି ଆଉଟରିଚ ୱେବିନାର’ରେ ସେ କହିଛନ୍ତି, ଅନେକ ବର୍ଷ ହେବ ଭାରତ ଅନ୍ୟତମ ବୃହତ୍ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ହୋଇରହିଛି। ସ୍ୱାଧୀନ ହେବା ସମୟରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବାରେ ଭାରତ ବଡ ସାମର୍ଥ୍ୟ ଥିଲା ଏବଂ ୧୦୦ ବର୍ଷରୁ ଅଧିକ ସମୟ ଧରି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣର ବାତାବରଣ ପ୍ରତିଷ୍ଠିତ ହୋଇଥିଲା। ଦୁଃଖର କଥା, ଏ କ୍ଷେତ୍ରରେ ଆବଶ୍ୟକ ମୁତାବକ ଧ୍ୟାନ ଦିଆଯାଇପାରିଲା ନାହିଁ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଅଟୋମେଟିକ୍ ରୁଟରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ନିମନ୍ତେ ୭୪ ପ୍ରତିଶତ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶକୁ (ଏଫଡିଆଇ) ଅନୁମତି ଦେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି, ନୂତନ ଜ୍ଞାନ କୌଶଳ ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ କମ୍ପାନୀମାନଙ୍କୁ ବଡ ଭୂମିକା ଦେବା ନିମନ୍ତେ ଉଦ୍ୟମ ଚାଲିଛି। ଭାରତୀୟ ପ୍ରତିରକ୍ଷା ସାମଗ୍ରୀ ଶିଳ୍ପକୁ ପ୍ରୋତ୍ସାହନ ଦେବା ନିମନ୍ତେ ନିର୍ଦ୍ଦିଷ୍ଟ କେତେକ ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗୁ କରାଯାଇଛି।

Leave A Reply

Your email address will not be published.